ଅଭୟାରଣ୍ୟରେ ସ୍ବଛତା, ନେତୃତ୍ବ ନେଲେ ବନାଞ୍ଚଳ ଅଧିକାରୀ
ଗଣିଆ (ମଣିଭଦ୍ରା ଖବର) ସ୍ବଛତା ପାଇଁ ଅଣ୍ଟା ଭିଡିଛନ୍ତି ବନାଞ୍ଚଳ ଅଧିକାରୀ । ଅଭୟାରଣ୍ୟ ପରିସରରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସ୍ବଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ଇକୋ ଭିଲେଜ ମୁଦୁଲି ଗାଡିଆ ଏବଂ ବାଇଶିପଲ୍ଲୀ ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମାଆ ବାଟପନ୍ଥେଇ ଠାକୁରାଣୀଙ୍କ ପରିସର ସଫା ସୁତୁରା କରାଯାଇଛି ।
ସେଠାରେ ଉଠିଥିବା ଅନାବନା ଗଛ ପରିସ୍କାର କରିବା ସହିତ ଅଳିଆ ଆବର୍ଜ୍ଜନାକୁ ମଧ୍ୟ ସଫା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା,ବନପାଳ ସଞ୍ଜୟ କୁମାର ରାଉତ, ଲୋକନାଥ ସେଠୀ,ବନରକ୍ଷୀ ପୁଷ୍ପାଞ୍ଜଳି ପଣ୍ଡା,ମୁଦୁଲି ଗାଡିଆ ଇକୋ ଡେଭଲପମେଣ୍ଟ କମିଟିର ସଭାପତି ସୁମନ୍ତ ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ବିଭାଗୀୟ ସ୍କ୍ୱାର୍ଡ, ଗ୍ରାମବାସୀ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق