BREAKING
Loading...
:

ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ପୂରଣ, ସେପ୍ଟେମ୍ବର ୯ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 


ଭୂବନେଶ୍ବର(ମଣିଭଦ୍ରା ଖବର) ପଶ୍ଚିମ ଓଡିଶାବାସୀଙ୍କ ଦାବି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୯ ତାରିଖ ସୋମବାର ଅର୍ଥାତ ନୂଆଖାଇ ପରଦିନକୁ ମୁଖ୍ୟମନ୍ତ୍ରୀ ଛୁଟି ଘୋଷଣା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ ତାରିଖ ରବିବାର ଦିନ ନୂଆଖାଇ ପର୍ବ ପଡୁଥିବାରୁ, ମୁଖ୍ୟମନ୍ତ୍ରୀ ସୋମବାର ଦିନଟିକୁ ଛୁଟି ଘୋଷଣା କରିଛନ୍ତି।

ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ମାଜିଷ୍ଟ୍ରେଟ ସ୍ଥରୀୟ କୋର୍ଟ ବନ୍ଦ ରହିବ। ସୂଚନାଯୋଗ୍ୟ, ନୂଆଖାଇ ଉପଲକ୍ଷେ ୩ ଦିନ ଛୁଟି ଘୋଷଣା ପାଇଁ ଦାବି ହୋଇଥିଲା। ଏହି ଛୁଟି ଘୋଷଣା ପରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଲମ୍ବା ଛୁଟି ମିଳିଯାଇଛି । ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ,୬ ତାରିଖରେ ପୂଜା ପାଇଁ ସାଜସଜ୍ଜା,୭ ତାରିଖରେ ଗଣେଶ ପୂଜା,୮ ତାରିଖ ରବିବାର ଏବଂ ୯ ତାରିଖ ନୂଆଖାଇ ଛୁଟି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 




Post a Comment

أحدث أقدم
Header ADS