ରୋଗରେ ପୀଡିତ ହାତୀ ଛୁଆର ମୃତଦେହ ଉଦ୍ଧାର
କଟକ(ମଣିଭଦ୍ରା ଖବର) ରୋଗରେ ପୀଡିତ ହୋଇ ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାପଡିଛି । ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଏକ ୯ ମାସର ହାତୀ ଛୁଆର ମୃତ୍ୟୁ ହୋଇଛି ।
ଛୁଆଟି ସେପଟିସେମିଆ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲା । ତେବେ ଆଜି ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀର ମୃତଦେହ ପାଖରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଥିବା ଜଣାପଡିଛି ।
ରିପୋର୍ଟ ମାନସ କୁମାର ସାହୁ, କଟକ ମଣିଭଦ୍ରା ଖବର
إرسال تعليق