ବ୍ରମ୍ହପୁର ,ହଳଦିଆପଦର ବସଷ୍ଟାଣ୍ଡ ଓଭର ବ୍ରିଜ ଉପରେ ଭୋର୍ ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୋଟର ସାଇକେଲକୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେବା ଫଳରେ ମୋଟର ସାଇକେଲରେ ଯାଉଥିବା ଦୁଇ ଆରୋହୀ ଗୁରୁତର। ଘଟଣା ସ୍ଥଳରେ ଜଣେ ମୃତ୍ୟ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା। ଗୁରୁତରଙ୍କୁ ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ମୋଟର ସାଇକେଲ ଚାଳକ ବ୍ରିଜ ତଳକୁ ଛିଟିକି ପଡ଼ିଥିଲେ। ଉଭୟେ ରାମପଲି ଗ୍ରାମର ବୋଲି ଜଣାପଡ଼ିଛି। ଯାତ୍ରା ମଞ୍ଚରେ ଅଭିନୟ କରୁଥିବା ଦୁଇ ଯୁବକ ଚିକରଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق