BREAKING
Loading...
:

କିନ୍ନର ଓ ଟ୍ରାନ୍ସଜେଣ୍ଡର ଦିବସ ପାଳିତ

 କିନ୍ନର ଓ ଟ୍ରାନ୍ସଜେଣ୍ଡର ଦିବସ ପାଳିତ ।




ବଲାଙ୍ଗୀର (ମଣିଭଦ୍ରା ଖବର)ମାର୍ଚ୍ଚ ୩୧ ତାରିଖ କୁ  ସାରା ବିଶ୍ୱ ରେ ଟ୍ରାନ୍ସଜେଣ୍ଡର ମାନଙ୍କୁ ସମ୍ମାନ ପୂର୍ବକ  ଟ୍ରାନ୍ସଜେଣ୍ଡର ଡେ ବା ଦିବସ ଭାବେ ପାଳିତ ହୋଇ ଆସୁଛି । ଏ ନେଇ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ର ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ସଖା ସ୍ବେଛାସେବୀ ସଂଗଠନ ଜରିଆ ରେ ବଲାଙ୍ଗୀର ସ୍ଥାନୀୟ ଯାଦବ ଭବନ ଠାରେ ଅନେକ ସଂଖ୍ୟା ରେ କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କୁ ନେଇ ଏହି  ଦିବସ ପାଳନ ହୋଇଛି । 


କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ ନବ କିଶୋର ସାହୁ,ସାମ୍ବାଦିକ ଗୋପାଳ ପ୍ରଧାନ, ଯୁବ ସାମଜସେବୀ ସୋମନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l  ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମୀରା ପରିଡା ଓ ସମାଜସେବୀ ସିଲଭର ଗାନ୍ଧୀ ସାଇ ସଂଯୋଜନା କରିଥିଲେ l ସେଠାରେ ଟ୍ରାନ୍ସଜେଣ୍ଡର ଏବଂ କିନ୍ନର ମାନଙ୍କ ପାଇଁ ବିଭିନ୍ନ ଆଲୋଚନା କରାଯାଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ସହ

କିନ୍ନର ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ 

ଶଯ୍ୟା ସଂରକ୍ଷଣ ଓ ବଲାଙ୍ଗୀର ପୌରାଞ୍ଚଳ ରେ ବିଭିନ୍ନ ପ୍ରକାର ସହଯୋଗ ଯୋଗେଇ ଦେବାପାଇଁ  ଅତିଥି ମାନଙ୍କୁ ଅନୁରୋଧ କରାଯାଇଥିଲା । ପରିଶେଷରେ ସମାଜସେବୀ ମୀରା ପରିଡା  କୃତଜ୍ଞତା ଜ୍ଞାପନ କରି ସଭା ସାଙ୍ଗ କରିଥିଲେ l 


ରିପୋର୍ଟ ମଣିଭଦ୍ରା ଖବର ବଲାଙ୍ଗୀର 



Post a Comment

أحدث أقدم
Header ADS