BREAKING
Loading...
:

ପ୍ରଧାନଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

 ପ୍ରଧାନଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ 



ଖଣ୍ଡପଡା (ମଣିଭଦ୍ରା ଖବର)ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜୟନ୍ତୀ ସାହୁ ଶୁକ୍ରବାର କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି l ଶ୍ରୀମତୀ ସାହୁଙ୍କୁ ଏ ଅବସରରେ ଅନୁଷ୍ଠାନ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖଣ୍ଡପଡା ବି ଡି ଓ ଅରୁଣିମା ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ସମ୍ମାନିତ ଅତିଥି ରୂପେ ଭାପୁର ଓ ଗଣିଆ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ରବୀନ୍ଦ୍ର ନାଥ ରାଉତରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ କୁମାର ଚୌଧୁରୀ, ମୋତେ ସ୍କୁଲ ସଭାପତି କାଶୀନାଥ ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ ମହେଶ୍ୱର ନନ୍ଦ, ଖଣ୍ଡପଡାର ପୂର୍ବତନ ନଗରପାଳ କିଶୋର ଚନ୍ଦ୍ର ଦାଶଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ପ୍ରଧାନଶିକ୍ଷୟତ୍ରୀଙ୍କ ଶ୍ରୀମତୀ ସାହୁଙ୍କ କର୍ତ୍ତବ୍ୟପରାୟଣତା, ଶିକ୍ଷାଦାନ ଶୈଳୀ, ସମୟାନୁବର୍ତ୍ତିତା ଓ ବିଦ୍ୟାଳୟ ପରିଚାଳନା ଦକ୍ଷତା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ନିରାମୟ ଜୀବନ କାମନା କରିଥିଲେ l ଉତ୍ସବର ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରୀମାନେ ଆବାହନି ସଂଗୀତ ଗାନ କରିଥିଲେ l ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଦସ୍ୟ / ସଦସ୍ୟା, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଏ ଅବସରରେ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

أحدث أقدم
Header ADS