ବାର୍ଷିକ ଜନ୍ତାଳ ଉତ୍ସବ ଅନୁଷ୍ଠିତ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ଗ୍ରାମ ପଞ୍ଚାୟତ ଜାକଡ଼ା ଗ୍ରାମରେ ଆଦିବାସୀ ମାନଙ୍କ ପରମ୍ପରା ବାର୍ଷିକ ଜନ୍ତାଳ ପର୍ବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ , ବ୍ଲକ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ଓ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଜାନୀ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ପଦ୍ମନାଭ ପରିଡ଼ା ପ୍ରମୁଖ ଯୋଗଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ତତ୍ ସହିତ ଅଞ୍ଚଳର ସମସ୍ୟା ଗୁଡ଼ିକ ଯଥା ଶୀଘ୍ର ପୁରଣ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା କହିଥିଲେ।ଜାକେଡ଼ା ପଞ୍ଚାୟତ ସଭାପତି ଚନ୍ଦ୍ରମଣି ବେହେରା ଓ ଅଇଁଠା ମଳିକ, ସୁରେନ୍ଦ୍ର ପ୍ରଧାନ , ବୁଲୁ ମଳିକ ସମେତ ଗ୍ରାମର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା କରିଥିଲେ ସ୍ଥାନୀୟ ସମାଜସେବୀ ଦିଲ୍ଲୀପ କୁମାର ଜାନୀ ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
إرسال تعليق