BREAKING
Loading...
:

ଦୁଇ ଯୁବକ ଙ୍କ ବାଇକ ରୁ ଓଭରବ୍ରିଜ ତଳକୁ ଖସି ଶୋଚନୀୟ ମୃତ୍ୟୁ।

  ବାଇକ ରୁ ଓଭରବ୍ରିଜ ତଳକୁ ଖସି ଦୁଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ।



ବଲାଙ୍ଗିର (ମଣିଭଦ୍ରା ଖବର) ବଲାଙ୍ଗୀର ରୁ ସଇଁତଲା ବ୍ଲକ ମଧ୍ୟରେ ଥିବା ମୁଖ୍ୟ ୨୬ ନମ୍ୱର ଜାତୀୟ ରାଜପଥ ର କରେଲଧୁଆ  ନିକଟରେ ଥିବା ଓଭରବ୍ରିଜ ରୁ ଦ୍ରୁତ ବେଗରେ ଆସୁଥିବା ଦୁଇ ଯୁବକ ପଡ଼ି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୁଚନାନୁଯାୟୀ ସଇଁତଲା ବ୍ଲକ ଅନ୍ତର୍ଗତ ସର୍ଗିପାଲି ଗ୍ରାମର  ବଣ୍ଟି ପଧାନ(୨୦) ଓ ଶରତ ସାହୁ(୧୮) । ଉଭୟ ଦୁଇ ଯୁବକ ବଣ୍ଟି ଓ ଶରତ ବାଇକ ଯୋଗେ ନିଜ ଘରକୁ ଦ୍ରୁତ ଗତିରେ ଫେରୁଥିବାବେଳେ ବ୍ରିଜ ତଳକୁ ଖସି ପଡ଼ିଥିଲେ । ଉକ୍ତ ରାସ୍ତା ଦେଇ  ରାମ ନାରାୟଣ ଦାସ ନାମକ ଡେଙ୍ଗ ଗ୍ରାମ ସ୍କୁଲ ର ଶିକ୍ଷକ ବଲାଙ୍ଗିର ରୁ ଫେରୁଥିବାବେଳେ ୨ ଯୁବକ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖି ଅଗ୍ନିଶମ ବିଭାଗକୁ ଓ ପୋଲିସ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS