BREAKING
Loading...
:

ମା ପେଟେଇଚଣ୍ଡୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ

 ମା ପେଟେଇଚଣ୍ଡୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ





ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବନ୍ତଳା ଠାରେ ଆବିର୍ଭୁତା ମା ପେଟେଇ ଚଣ୍ଡୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କୁ ଭକ୍ତିପୂତ ପ୍ରଣାମ କରି ମା ଙ୍କ ମହିମା କହିବା ସହ ସାଂସ୍କୃତିକ ଉତ୍ସବ ପାଳନ ର ମହତ୍ତ୍ଵ କହିଥିଲେ।ତତ୍ ସହିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ନିମନ୍ତେ ମା ଙ୍କ ପୀଠରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଉଦଘାଟନ କରିଥିଲେ।ଯାହା ଫଳରେ ମା ଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶହ ଶହ ଭକ୍ତ ମାନେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପାଇ ପାରିବେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ,ସରପଞ୍ଚ ଗାୟତ୍ରୀ ବେହେରା,ସମିତି ସଭ୍ୟା ସ୍ମିତା ରାଣୀ ସେଠୀ,ବ୍ଲକ୍ ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା, ପାରାଢ଼ିପି ପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଶହ ଶହ ଲୋକ ଙ୍କ ସମାଗମ ହୋଇଥିଲା।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS