BREAKING
Loading...
:

ନୂଆଗାଁ ବ୍ଲକ୍ ରେ ଥିବା ୫ ଟି ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ

 ନୂଆଗାଁ ବ୍ଲକ୍ ରେ ଥିବା ୫ ଟି ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ 





ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ୫ ଟି ରେ ସାମିଲ ହୋଇଥିବା    ଡିମିରି ପଲ୍ଲୀ ଉଚ୍ଚ ବିଦ୍ୟାଳୟ, ବେରୁଆଁ ବାରୀ ଉଚ୍ଚ ବିଦ୍ୟାଳୟ ଏବଂ ବାଲଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ। ୫ ଟି ବିଦ୍ୟାଳୟ ଗୁଡିକରେ  ହେଉଥିବା  କାର୍ଯ୍ୟ  ଜିଲ୍ଲାପାଳ ତଦାରଖ କରିବା ସହ କାର୍ଯ୍ୟ  ଶୀଘ୍ର ପରିସମାପ୍ତି ପାଇଁ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସହିତ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ।ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ  ୫ ଟି ବିଦ୍ୟାଳୟ ପରିଦର୍ଶନ କରିବା  ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ବିଡ଼ିଓ ପ୍ରମୋଦ କୁମାର ନାୟକ, ଡବ୍ଲୁ ଇ ଓ ମଳୟ ରଞ୍ଜନ ଚିନାରା ଙ୍କ ସହିତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଏବଂ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ।



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରୁ ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

Post a Comment

Previous Post Next Post
Header ADS