BREAKING
Loading...
:

ନାବାଳିକା କୁ ଅପହରଣ ସହ ଗଣ ଦୁଷ୍କର୍ମ, ଅଭିଯୁକ୍ତ ଙ୍କୁ ୨୦ ବର୍ଷ ର ସଶ୍ରମ କାରାଦଣ୍ଡ ସହ ୭୦ ହଜାର ଟଙ୍କାର ଜୋରିମାନା ।

 ନାବାଳିକା କୁ ଅପହରଣ ସହ ଗଣ ଦୁଷ୍କର୍ମ, ଅଭିଯୁକ୍ତ ଙ୍କୁ ୨୦ ବର୍ଷ ର ସଶ୍ରମ କାରାଦଣ୍ଡ ସହ ୭୦ ହଜାର ଟଙ୍କାର ଜୋରିମାନା ।




ବଲାଙ୍ଗୀର (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳ ର ଦୁଇ ଜଣ ଯୁବକ ଗତ ୨୦୧୬ ମସିହା ରେ ଜଣେ ନାବାଳିକା କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଘଟଣା  ନେଇ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୭୦ହଜାର ଟଙ୍କା ଜରିମାନା ଦେବା ଆଦେଶ ଦେଇଛନ୍ତି। ସୂଚନା କ୍ରମେ ଗତ ୨୦୧୬ ମସିହାରେ ଜଣେ ନାବାଳିକା ଘରକୁ କୁକୁଡ଼ା କିଣିବାକୁ ଯାଇ ଘରେ କେହି ନ ଥିବା ସୁଯୋଗ ନେଇ ନିକଟସ୍ଥ ଜଙ୍ଗଲ କୁ ଅପହରଣ କରି  ଦୁଇ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ଦାୟର ହୋଇଥିଲା । ଉକ୍ତ ଘଟଣା ର ଦୁଇ ଅଭିଯୁକ୍ତ ପ୍ରମୋଦ ବରିହା ଓ ଅଭିଳାଷ ବରିହା କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ଉକ୍ତ ନାବାଳିକା କୁ ଅପହରଣ ସହ ଦୁଷ୍କର୍ମ କରିଥିବା ବେଳେ ଦୁଇ ଦିନ ପରେ ତାଙ୍କ ଘରେ ଆଣି ଛାଡ଼ିଦେଇ ଥିଲେ । ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ପୋସ୍କୋ ଆଇନ୍ ଅନୁଯାୟୀ ଜି,ଆର ୧୭/୨୦୧୬ କ୍ରମେ ଉକ୍ତ ଦୁଇ ଅଭିଯୁକ୍ତ ବିଚାରଧୀନ ବନ୍ଦୀ ଭାବେ ଥିଲେ । ଶୁକ୍ରବାର ପୋସ୍କୋ କୋର୍ଟ ବିଚାରପତି ଅଭିଯୁକ୍ତ ଙ୍କୁ କରାଯାଇଥିବା ନାବାଳିକା ର ବୟାନ ରେକର୍ଡ ଅନୁଯାୟୀ ୭୦ ହଜାର ଟଙ୍କାର ଜୋରିମାନା ଟଙ୍କା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ନାବାଳିକା କୁ ଚାରି ଲକ୍ଷ ଟଙ୍କା ର କ୍ଷତି ପୂରଣ ପ୍ରଦାନ କରିବା ନିମନ୍ତେ ସରକାର ଙ୍କୁ  ମାନ୍ୟବର ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS