ବିଷାକ୍ତ ମଦ୍ୟପାନ କରି ଶୋଚନୀୟ ମୃତ୍ୟୁ, ବଢୁଛି ବେଆଇନ ମଦ କାରବାର, ପ୍ରଶାସନ ନୀରବ ଦ୍ରଷ୍ଟା।
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)
ଖୋଲା, ଖୋଲି ବେଆଇନ୍ ମଦ କାରବାର ଯୋଗୁଁ ଉକ୍ତ ମଦ ପିଇ ନିୟମିତ ଲୋକ ଙ୍କ ଅକାଳ ମୃତ୍ୟୁ ବରଣ କରିବା ଅଭିଯୋଗ ହୋଇ ଆସୁଛି। ସେହିପରି
ଟିଟିଲାଗଡ ଥାନା ଅନ୍ତର୍ଗତ ବାଲପଦର୍ ଗ୍ରାମ ର ତୁଳସୀ ବାଗ(ବ-୩୨) ନାମକ ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ତୁଳସୀ ଙ୍କୁ ପେଟ ଦରଜ ହେବା ଯୋଗୁଁ ପରିବାର ଲୋକେ ଟିଟିଲାଗଡ ଡାକ୍ତରଖାନା କୁ ଆଣି ଭର୍ତି କରି ଥିଲେ । ଡ଼ାକ୍ତର ଖାନା କୁ ଆଣି ଦିନ ୧୨ଟା ସମୟ ରେ ଭର୍ତ୍ତି କରିଥିବା ବେଳେ ଦିନ ୧୨ଟା ୩୦ ମିନିଟ ସମୟ ରେ ଚିକିତ୍ସା ଧିନ ଅବସ୍ଥା ରେ ସେ ମୃତ୍ୟୁ ବରଣ କରିଥିଲେ। ମୃତ ତୁଳସି ଙ୍କ ଦୁଇ ଟି ଛୋଟ ଶିଶୁ ଥିବା ବେଳେ ସେ ପରିବାର ର ମୁଖ୍ୟ ଥିଲେ । ପ୍ରକାଶ ଯେ,ସେ ଗତ ବୁଧବାର ଦିନ ସଂଧ୍ୟା ସମୟରେ ତାଙ୍କ ଗ୍ରାମରେ ଚୋରା ରେ ବୀକ୍ରୀ ହେଉଥିବା ରନ୍ଧା ମଦ ଏକ କୂଚିଆ ଦୋକାନ ରୁ ପିଇ ଥିଲେ। ଉକ୍ତ ମଦ ପିଇ ତାଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିବା ବେଳେ ତାଙ୍କୁ ପରିବାର ଲୋକେ ପ୍ରଥମେ ଖୋଲାନ ଡ଼ାକ୍ତରଖାନା ଓ ସେଠୁ ଟିଟିଲାଗଡ ଡାକ୍ତରଖାନା ଆଣି ଭର୍ତି କରି ଥିଲେ। ବିଷାକ୍ତ ମଦ୍ୟପାନ ଯୋଗୁଁ ତାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଏହି ମଦ ପିଇ ଗ୍ରାମର ଅନ୍ୟ ସାତ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ବେଳେ ଏହି ବେଆଇନ୍ ମଦ ବିକ୍ରି ଯୋଗୁଁ ଲୋକ ଙ୍କ ଅକାଳ ମୃତ୍ୟୁ ଘଟିବା ନିୟମିତ ଭାବେ ଘଟିଚାଲିଥିବା ଦେଖାଯାଉଛି।
ଜେ ଏସ, ସିବିଓ ନାମକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଓ ବିଶେଷ କରି ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଏହି ରନ୍ଧା ମଦ କାରବାର ଓ ଖୋଲା ରେ ଘରେ, ଘରେ ଉଭୟ ଦେଶି, ବିଦେଶୀ ମଦ ବିକ୍ରି କୁଟୀର ଶିଳ୍ପ ରେ ପରିଣତ ହୋଇ ଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଯେ,ଦେଶି ମଦ ଭାଟି ରୁ ଜରି ପ୍ୟାକେଟ ମଦ ବ୍ୟାପକ ଭାବେ ବେଆଇନ୍ ଭାବେ ଚାଲାଣ କରୁଥିବା ଓ କୁଚିଆ ଭାବେ ଘରେ,ଘରେ ମଦ ବିକ୍ରି ସହ ରନ୍ଧା ମଦ କାରବାର ଚଳାଇଥିବା ବେଳେ ଅବକାରୀ ବିଭାଗର ର ଜ୍ଞାତ ସାରରେ ଏ କାରବାର ବୃଦ୍ଧି ପାଉଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।
ରିପୋର୍ଟ ବଲାଙ୍ଗୀର ସନ୍ତୋଷ କୁମାର ନାୟକ
إرسال تعليق