ବ୍ଳକ ସ୍ତରୀୟ ବିଜ୍ଞାନମେଳା ପ୍ରସ୍ତୁତି ବୈଠକ
ଗଣିଆ ୦୯/୧୨(ମଣିଭଦ୍ରା ଖବର) ଗଣିଆ ବ୍ଲକ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ବିଜ୍ଞାନମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ରବିନ୍ଦ୍ର କୁମାର ବେହେରା, ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା ମଞ୍ଚାସୀନ ଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର,ଶୋଭନ କୁମାର ପଣ୍ଡା, ସମସ୍ତ ସିଆରସିସି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଆଗାମୀ ଡ଼ିସେମ୍ବର ମାସ ୧୭ ତାରିଖରେ ବ୍ଳକ ସ୍ତରୀୟ ବିଜ୍ଞାନମେଳା ସ୍ଥାନୀୟ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ଗୋଟିଏ ଶିକ୍ଷାନୁଷ୍ଠାନରୁ ପ୍ରାଥମିକ ସ୍ତରରୁ ଗୋଟିଏ ପ୍ରକଳ୍ପ, ଉଚ୍ଚ ପ୍ରାଥମିକ ସ୍ତରରୁ ୩ଟି ପ୍ରକଳ୍ପ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ୪ଟି ପ୍ରକଳ୍ପ ବିଜ୍ଞାନମେଳାକୁ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଜ୍ଞାନମେଳାରେ ସମସ୍ତ ଶିକ୍ଷକ ଉପସ୍ଥିତ ରହି ନିଜ ନିଜର ଦାୟିତ୍ଵ ସମ୍ପାଦନ କରିବାକୁ ଅତିରିକ୍ତ ଶିକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق