BREAKING
Loading...
:

୧୯୯୧ ମସିହା ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୯୯୧ ମସିହା ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 





ଗଣିଆ ( ମଣିଭଦ୍ରା ଖବର)  ଆଡକଟା ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟର 1991 ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।




ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ‌‌ ।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଶନ କୁମାର ସେନ ଯୋଗଦେଇଥିବାବେଳେ ସନମାନିତ ଅତିଥିଭାବେ ଶିକ୍ଷକ ପ୍ରବୋଧ କୁମାର ରାୟ, ମହେଶ୍ୱର ନନ୍ଦ, ବ୍ରଜବନ୍ଧୁ କର, ପ୍ରଶନ କୁମାର ପରିଡା ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଶିକ୍ଷକ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ତତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ‌‌ ଦୀର୍ଘ ବର୍ଷ ପରେ ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ଥିବାରୁ ସେମାନଙ୍କ ମଧ୍ୟରେ ଭାବବିହ୍ବଳତା ଦେଖିବାକୁ ମିଳିଥିଲା ‌‌ପ୍ରତିବର୍ଷ ଏଭଳି ବନ୍ଧୁମିଳନ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।  


ମଣିଭଦ୍ରା ଖବର ଗଣିଆ 

Post a Comment

أحدث أقدم
Header ADS