BREAKING
Loading...
:

ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ଚୈଦ୍ବାର ବିଜୟୀ

 ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ଚୈଦ୍ବାର ବିଜୟୀ 




ଗଣିଆ ୨୪/୧୨(ମଣିଭଦ୍ରା ଖବର) ଗଣିଆ ବ୍ଲକର ବେଲପଡାପାଟଣା ଖେଳ ପଡ଼ିଆରେ ମହାବୀର କ୍ଳବ ଆୟୋଜିତ ଦୟାନିଧି ଓ ବାସନ୍ତୀ ମଞ୍ଜରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଚୈଦ୍ବାର ବନାମ ଆଠଗଡ । ଆଠଗଡ଼ ଦଳ ପ୍ରଥମେ ଟସ୍ ଜିତି ଫିଲଡି କରିବାକୁ ନିଷ୍ପତ୍ତି ନେଇଥିଲେ । ଚୈଦ୍ବାର  ଦଳ ୨୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୧୬ ରନ୍ ସଂଗ୍ରହ କରିଥିଲେ । ଦଳର ଭିମ ଖୁଣ୍ଟିଆ ୩୭ ବଲରୁ ଧୁଆଧାର ୬୫ ରନ୍ ସଂଗ୍ରହ କରିଥିଲେ । ଜବାବରେ ଆଠଗଡ ଦଳ ୨୦ ଓଭରରେ  ୯ ଓ୍ବିକେଟ ହରାଇ  ୨୦୦ ରନ୍ କରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଏବଂ ଚୈଦ୍ବାର ତୃତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଚୈଦ୍ବାର ଦଳର ଭିମ ଖୁଣ୍ଟିଆ ଧୁଆଧାର ବ୍ୟାଟିଂ  କରି ଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ।




ଆଜିର ମ୍ୟାଚ ପରିଚାଳନା କରିଥିଲେ ଶରତ କର ଏବଂ ସମୀର କୁମାର ମହାପାତ୍ର । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା  ଯୋଗ ଦେଇଥିଲେ । ଆସନ୍ତାକାଲିର ଖେଳ ବାଙ୍କି ବନାମ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।


ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS