ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
----------------------------------------
ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡା ବ୍ଲକ ଅଧୀନ ଖାଲିସାହି କୋସକା ରାସ୍ତାର ଗିରିଡି ପଲ୍ଲୀ ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣାରେ କିଆଝର ପଂଚାୟତ ଅଧୀନ ପଣସ ପଦର ଗ୍ରାମର ନୀଳମଣି ନାଏକ (51) ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି l ନୀଳମଣି ନିକଟରେ ଥିବା ଗୋଶାଳାରେ ଗାଈ ବାନ୍ଧି ଘରକୁ ଫେରୁଥିବା ବେଳେ ପଛରୁ ଏକ ବାଇକ ତାଙ୍କୁ ଧକ୍କା ଦେବାରୁ ସେ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ, ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ଆସୁଚିକିତ୍ସା ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ, ମାତ୍ର ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କଥା ଡାକ୍ତର ଅଭିସାର ପଣ୍ଡା ସୂଚନା ଦେଇଛନ୍ତି l ପରିବାର ପକ୍ଷରୁ ଏ ନେଇ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିବାରେ ଏକ ମାମଲା ରୁଜ୍ଜୁ ହୋଇଥିବା ଆଇ ଆଇ ସି ରମେଶ କୁମାର ଦେବତାଙ୍କ ଠାରୁ ପ୍ରକାଶ l ବେପରୁଆ ଓ ଦ୍ରୁତ ବାଇକ ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ପ୍ରକାଶ l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,
ମଣିଭଦ୍ରା ଖବର l
إرسال تعليق