BREAKING
Loading...
:

ସିଆରିମାଳରେ ଅବକାରୀ ଚଢ଼ାଉ; ପୋଚ ଓ ଦେଶୀମଦ ଜବତ

 ସିଆରିମାଳରେ ଅବକାରୀ ଚଢ଼ାଉ; ପୋଚ ଓ ଦେଶୀମଦ ଜବତ



ବେଲଗୁଣ୍ଠା( ମଣିଭଦ୍ରା ଖବର)ଆଜି ଗାଙ୍ଗପୁର ଥାନା ପୋଲିସ୍ ଏହି ଥାନା ଅନ୍ତର୍ଗତ ତଥା ସୋରଡ଼ା ବ୍ଳକ୍ କୁଲାଙ୍ଗୀ ପଂଚାୟତର ସିଆରିମାଳ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀମଦ ଏବଂ ପୋଚ ଜବତ କରିଛି I ସୂଚନା ପ୍ରକାରେ ସିଆରିମାଳ ଗ୍ରାମରେ ବେଆଇନ୍ ଦେଶୀମଦ ପ୍ରସ୍ତୁତ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଲା ପରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଗାଙ୍ଗପୁର ପୋଲିସ୍ ସିଆରିମାଳ ଗ୍ରାମରେ ଚଢ଼ାଉ କରିଥିଲା I ସେଠାରୁ ପୋଲିସ୍ ଦଶ ହଜାର ଲିଟର୍ ପୋଚ ଏବଂ ଆଠ ଶହ ଲିଟର୍ ଦେଶୀମଦ ଜବତ କରିଥିଲା I ଆଗାମୀ ଦିନରେ ଏହି ଅବକାରୀ ଚଢ଼ାଉକୁ ଅଧିକ ଜୋରଦାର୍ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I


ବେଲଗୁଣ୍ଠା ରୁ ଜଗନ୍ନାଥ ନାୟକ ଙ୍କ ରିପୋର୍ଟ ମଣିଭଦ୍ର ଖବର

Post a Comment

أحدث أقدم
Header ADS