ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨,
ଗିରିଜା ରାଉତଙ୍କ ଅର୍ଦ୍ଧଶତକ ସ୍ୱତ୍ତେ ହାରିଲା ରେଲୱେ ଓଡ଼ିଶା
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପରାମର୍ଶକ୍ରମେ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼ କପ୍-୨୦୨୨ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆରେ ଆଜି ତୃତୀୟ ଦିବସ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିବସ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରେଲୱେ ଓଡ଼ିଶା ବନାମ କଟକ ୟୁନିଅନ୍ ସ୍ପୋର୍ଟିଂ । ଆଜିର ମ୍ୟାଚକୁ ନୟାଗଡ଼ ତହସିଲଦାର ଭିକାରୀ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ । କଟକ ୟୁନିଅନ୍ ସ୍ପୋର୍ଟିଂ ପ୍ରଥମେ ଟସ୍ ଜିତି ରେଲୱେ ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ରେଲୱେ ଓଡ଼ିଶାର ଦୁଇ ବ୍ୟାଟ୍ସମ୍ୟାନ୍ ଗିରିଜା ରାଉତ ଓ ଖମେଶ୍ୱର ବାରିକ ଓପନିଂ କରିଥିଲେ । ଗିରିଜାଙ୍କ ଧୂଆଁଧାର ବ୍ୟାଟିଂ ଦଳର ରନକୁ ଅଗ୍ରସର କରିଥିଲା । ଏବଂ ଗିରିଜା ଅର୍ଦ୍ଧଶତକ କରି ଆଉଟ୍ ହେବା ପରେ ଦଳର ନୈରାଶ୍ୟ ଜନକ ପ୍ରଦର୍ଶନ ଯୋଗୁଁ ରେଲୱେ ଓଡ଼ିଶା ୧୮.୫ ଓଭରରେ ସମସ୍ତ ମୂଲ୍ୟବାନ ୱିକେଟ୍ ହରାଇ ୧୧୫ରନ କରିବାରେ ସକ୍ଷମ ହୋଇଥିଲା । ଗିରିଜା ରାଉତ ୪୦ବଲ୍ ସମ୍ମୁଖୀନ ହୋଇ ୮ଟି ଚୌକା ଓ ୧ଟି ଛକା ସହାୟତାରେ ୫୪ରନର ଅର୍ଦ୍ଧଶତକ ଇନିଂସ୍ ଖେଳିଥିଲେ । କଟକ ୟୁନିଅନ୍ ସ୍ପୋର୍ଟିଂ ଅଲରାଉଣ୍ଡର ଜ୍ୟୋତିରଂଜନ ଦଳାଇ ୩.୫ ଓଭରରେ ୨୪ରନ ବ୍ୟୟ କରି ୪ଟି ଓି୍ୱକେଟ୍ ଅକ୍ତିଆର କରିଥିଲେ । ଦ୍ୱିତୀୟ ଇନିଂସ ଖେଳ ଆରମ୍ଭରୁ କଟକ ୟୁନିଅନ୍ ସ୍ପୋର୍ଟିଂର ୧୧୬ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ଦୁଇ ଓପନର ଜ୍ୟୋତିରଂଜନ ଓ ଅରବିନ୍ଦ ସିଂ ପଡିଆ ଭିତରକୁ ପ୍ରବେଶ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ କରିଥିଲେ । ଯାହାଫଳରେ ରେଲୱେ ଓଡ଼ିଶାର ଗିରିଜାଙ୍କ ଅର୍ଦ୍ଧଶତକ ଫସର ଫାଟିଥିଲା । କଟକ ୟୁନିଅନ୍ ସ୍ପୋର୍ଟିଂ ଦଳର ଧୂଆଁଧାର ବ୍ୟାଟିଂ ବଳରେ ୧୫.୪ ଓଭରରେ ଦଳର ୬ଟି ୱିକେଟ୍ ହରାଇ ପଙ୍କଜ ସେନାପତୀ ଦୁଇଟି ଛକାମାରି ଦଳକୁ ବଜୟୀ କରିଥିଲେ । ୟୁନିଅନ୍ ସ୍ପୋର୍ଟିଂ ଦଳ ୪ଓି୍ୱକେଟରେ ବଜୟୀ ହୋଇଥିଲା । ଆଜିର ମ୍ୟାଚରେ ଅଲରାଉଣ୍ଡର ଜ୍ୟୋତିରଂଜନ ଦଳାଇଙ୍କୁ ମ୍ୟାନ୍ ଅପ୍ ଦ ମ୍ୟାଚ୍ ବିବେଚିତ କରାଯାଇ ଟ୍ରଫି ସହ ପୁରଷ୍କାର ପ୍ରଦାନ କରିଥିଲେ ଜିଲ୍ଲାପରିଷଦ ସରୋଜ କୁମାର ରଣସିଂ ଓ ସୁବାଷ ଚନ୍ଦ୍ର କଅଁର । ଟି-୨୦ ନୟାଗଡ଼ କପ୍-୨୦୨୨ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗ୍ ମ୍ୟାଚକୁ ବିସିସିଆଇ ଲେବୁଲ୍ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ ଓ ଓସିଏର ଅମ୍ପୟାର ପ୍ରଦୀପ କୁମାର ଜେନା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ ମିଶ୍ର, ଆଶୁତୋଷ ମିଶ୍ର, ସାମ୍ବାଦିକ ପ୍ରଦୀପ୍ତ ରଥ ଧାରାବିବରଣୀ ପ୍ରଦାନ କରିଥିଲେ । ଅନଲାଇନ୍ ଓ ଅଫଲାଇନ୍ ସ୍କୋରର ସୁଶିଲ୍ କୁମାର ସୁନ୍ଦରାୟ ସହଯୋଗ କରିଥିଲେ । ଆସନ୍ତାକାଲି ମ୍ୟାଚକୁ କଟକ ରାଇଜିଂ ଷ୍ଟୁଣ୍ଡେସ୍ ବନାମ ନୟାଗଡ଼ କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଂପାଦକ ସଂଗ୍ରାମ କୁମାର ଗୁମାନସିଂ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର ନୟାଗଡ
إرسال تعليق