BREAKING
Loading...
:

ବାଲିଗୁଡା ରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

 ବାଲିଗୁଡା ରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ





ବାଲିଗୁଡା,(ମଣିଭଦ୍ରା ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରେଡ଼କ୍ରସ ର ଦୃଷ୍ଟିହୀନ ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଦିବ୍ୟାଙ୍ଗ, କିନ୍ନର ସମେତ ସମସ୍ତଙ୍କ ମିଳିତ ଉଦ୍ୟମରେ ଏକ ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ  | ଏଥିରେ  ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମଧୁମିତା.ଙ୍କୁ ପୁଷ୍ପଗୁଛ ପ୍ରଦାନ କରି  ସ୍ୱାଗତ କରାଯାଇଥିଲା l  ରେଡକ୍ରସ ବିଦ୍ୟାଳୟ ର ବୈଠକ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ମଧୁମିତା ଯୋଗଦେଇ ପ୍ରଭୁ ଜଗନ୍ନାଥ ଓ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଦୀପ  ପ୍ରଜ୍ଜଳନ କରିଥିଲେ | ବିଦ୍ୟାଳୟର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ତା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପରେ ପରେ ମୁଖ୍ୟ ଅତିଥି ନିଜ ଅଭିଭାଷଣ ରଖିଥିଲେ ।ଏହି କାର୍ଯ୍ୟକ୍ରମ ରେ ରଶ୍ମିତା କରନ (ଡିସିପିଓ), ବଳରାମ ସେଠି (DSSO), ଡ଼. ନିବେଜିତା ପଣ୍ଡା, ସମ୍ପାଦକ ଭାବେ ଉତ୍ସବ ଚନ୍ଦ୍ର ଜେନା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ | ଅନୁଷ୍ଠାନ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା |  କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା | ଏହା ଜିଲ୍ଲା ପ୍ରଶାସନ, ବନବାସୀ ସେବା ସମିତି, ଓ ସ୍ୱାଭିମାନ, ଭୁବନେଶ୍ୱର ଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଅଞ୍ଜଳି ଉତ୍ସବ-୨୦୨୨ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଶ୍ୱଜିତ୍ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା, ଜି. କନ୍ଧମାଳ

Post a Comment

أحدث أقدم
Header ADS