ହତ୍ୟାକୁ ଆତ୍ମହତ୍ୟା ର ରୂପ ଦିଆଯିବା ନେଇ ଗୁରୁତର ଅଭିଯୋଗ, ତଦନ୍ତ ଦାବି ।
ବଲାଙ୍ଗୀର/ଟିଟିଲାଗଡ଼ (ମଣିଭଦ୍ରା ଖବର) ଟିଟିଲାଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିତରା ଗ୍ରାମ ର ଜଣେ ବିଧବା ମହିଳା ଙ୍କ ପୁଅ କୁ ହତ୍ୟା କରାଯାଇଥିବା ବେଳେ ତାକୁ ପୋଲିସ ଆତ୍ମହତ୍ୟା ର ରୂପ ଦେବା ଭଳି ଗୁରୁତର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଞ୍ଜୀତରା ଗ୍ରାମ ର ବନିତା ମାଝୀ ନାମ୍ନୀ ଜଣେ ବିଧବା ମହିଳା ଙ୍କ ୨୦ ବର୍ଷ ର ପୁଅ ପ୍ରଦିପ ମାଝୀ ସିନ୍ଧେକେଲା ଥାନା ଅନ୍ତର୍ଗତ ବେହେରା ଭଟା ଗ୍ରାମ ରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ଯାଇଥିଲେ। ସେଠି ସେ କିଛି ଦିନ ନିଜ ଜମି, ବାଡ଼ି କୁ ନେଇ ରହି ଥିବା ବିବାଦ ର ସମାଧାନ କରିବାକୁ ଯାଇ ରହିଥିବା ବେଳେ ଗତ ତା୧୭-୧୧-୨୦୨୨ ରିଖ ଦିନ ସକାଳ ପ୍ରାୟ ୮ ଟା ୩୦ ମିନିଟ ସମୟ ରେ ପ୍ରଦିପ ତାଙ୍କ ମାଆ ବନିତା ଙ୍କୁ ଫୋନ୍ କରି ପାଞ୍ଚ ସହ ଟଙ୍କା ପଥେଇବା କୁ କହିଥିଲେ । ହେଲେ ଉକ୍ତ ଫୋନ କଲ୍ ଆସିବା ଅଧା ଘଣ୍ଟା ପରେ ପ୍ରଦିପ ର କକା ଦୀନବନ୍ଧୁ ମାଝୀ ଙ୍କ ବଡ ପୁଅ ବୀରେନ ମାଝୀ ଫୋନ କରି ପ୍ରଦିପ ଆତ୍ମହତ୍ୟା କରିଦେଇଛି ବୋଲି କହିଥିଲେ।
ଖବର ପାଇ ନିଜ ଗ୍ରାମ ର କିଛି ଲୋକ ଓ ସମ୍ପର୍କୀୟ ବେହେରଭଟା ଗ୍ରାମ କୁ ପହଞ୍ଚି ଥିଲେ । ସେଠି ମୃତ ଅବସ୍ଥାରେ ତଳେ ସୁଆଇ ଦିଆ ଯାଇଥିବା ଦେଖିବା ସହ କିଭଳି ଓ କେଉଁ ଜାଗାରେ ସେ କେମିତି ମୃତ୍ୟୁ ବରଣ କଲା ସେ ନେଇ କିଛି ପ୍ରକାଶ ନ କରି ବେକରେ ଦଉଡ଼ି ଦେଇ ମରିଛି ବୋଲି କହିଥିବା ଅଭିଯୋଗ ହୋଇଛି। ଏପରି କି ତାକୁ ତୁରନ୍ତ ଡ଼ାକ୍ତରଖାନା ନ ନେବା ଓ ଉକ୍ତ ପରିବାର ର କିଛି ସଦସ୍ୟ ବିଶ ପିଇ ଦେଇ ପରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିବା ପ୍ରକାଶ କରିବା ନେଇ ଏହା ଏକ ହତ୍ୟା ବୋଲି ତୁରନ୍ତ ସିନ୍ଧେକେଲା ଥାନା ରେ ଅଭିଯୋଗ କରିଥିଲେ । ଉକ୍ତ ବେହେରା ଭଟା ଗ୍ରାମ ର,√ କିସମତ ମାଝୀ ଙ୍କୁ ବନିତା ବିବାହ କରିଥିବା ବେଳେ ତାଙ୍କ ସ୍ଵାମୀ ୧୫ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ଦିନ ମଜୁରୀ କରି ନିଜ ପୁଅ କୁ ପାଳି ଥିବା ବେଳେ ନିଜ ସ୍ଵାମୀ ଙ୍କ ଭାଇ ଭାଗ ନେଇ ପୂର୍ବରୁ ପାରିବାରିକ ଅଶାନ୍ତି ଲାଗି ରହିଥିବା ବେଳେ ମୃତ ପ୍ରଦିପ ର କେତେକ ସ୍ୱାକ୍ଷର କରିବା କୁ ପୂର୍ବରୁ ବାଦ,ବିବାଦ ଲାଗି ରହିଥିଲା । ପାରି ପାର୍ଶ୍ୱିକ ସ୍ଥିତି କ୍ରମେ ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି। ଏହି ଅଭିଯୋଗ ସତ୍ତ୍ଵେ ସିନ୍ଧେକେଲା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ଓ କୌଣସି ପ୍ରକାର ତଦନ୍ତ ନ କରିବା ନେଇ ମୃତ ପ୍ରଦୀପ ଙ୍କ ମାଆ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ବରିଷ୍ଟ ଆଇନଜିବୀ ଅରବିନ୍ଦ ମେହେତୋ ପୋଲିସ ର ଏହା ଅବହେଳା ବୋଲି ପ୍ରକାଶ କରିବା ସହ ଆବଶ୍ୟକ ହେଲେ ଟିଟିଲାଗଡ ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ ରେ ମାମଲା ଦାୟର କରାଯିବ ବୋଲି ପ୍ରକାଶ କରିଛନ୍ତି ।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
إرسال تعليق