BREAKING
Loading...
:

ନିର୍ମାଣ "ପକ୍ଷରୁ ଗୋଷ୍ଠୀ ବିହନ ମେଳା ଅନୁଷ୍ଠିତ

 " ନିର୍ମାଣ "ପକ୍ଷରୁ ଗୋଷ୍ଠୀ ବିହନ ମେଳା ଅନୁଷ୍ଠିତ ।

--------------------------------------------------------





ଦଶପଲ୍ଲା, (ମଣିଭଦ୍ରା ଖବର)

ସ୍ଥାନୀୟ ଅଞ୍ଚଳରୁ ଲୋପ ପାଇବାକୁ ବସିଥିବା ଅନେକ ପୁରୁଣା ଧାନ ବିହନ ଲୋକ ମାନଙ୍କ ପାଖରୁ ଆଣି ସର୍ବ ସାଧାରଣ ଙ୍କ ଅବଗତି ପାଇଁ ତାକୁ ଦେଖାଇବା ସହ ତାର ଉପାଦେୟତା ସଂପର୍କରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ଗୋଷ୍ଠୀ ବିହନ ମେଳା । ଏହି ମେଳାରେ ବଢି ଏବଂ ମରୁଡ଼ିକୁ ମୁକାବିଲା କରିପାରୁଥିବା ପୁରୁଣା ଧାନ ବିହନର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା ।ଗତ୩ବର୍ଷ ଧରି ଏହା ଉପରେ କାର୍ଯ୍ୟ କରୁଥିବା ନିର୍ମାଣ ଅନୁଷ୍ଠାନ ମେଳାର ଆୟୋଜନ କରିଥିଲେ । ଏଥିରେ ୨୭ଗୋଟି ଗ୍ରାମର ପ୍ରାୟ୭ଶହ ପରିବାର କୁ ସାମିଲ କରାଯାଇଛି । ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ମୂଖ୍ୟ ଅତିଥି, କୃଷି ବୈଜ୍ଞାନିକ ଦେବାଶିଷ ନାୟକ,ଶିଶିର ପରିଡା,ଯୋଜନା ଅଧିକାରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ,ଡିପିସି ଅଭିଷେକ ପଣ୍ଡା ,ବିପିଏମ୍ ଦିପ୍ତିମୟୀ ପ୍ରହରାଜ,ଘୁଗୁଡିପଡା ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ,ପ୍ରଫୁଲ୍ଲ କୁମାର ପଣ୍ଡା ସଂପାଦକ ପ୍ରେସ୍ କ୍ଳବ୍ ଦଶପଲ୍ଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ନିର୍ମାଣର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତି ସମ୍ୟକ୍ ସୂଚନା ଦେବା ସହ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।ଏହି ଅବସରରେ କିଛି ମହିଳା ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲିଙ୍ଗରାଜ ଭାଇ ଏବଂ ସାଥୀ ମାନଙ୍କ ଦ୍ବାରା ଆବହ ସଂଗୀତ ଗାନ କରାଯାଇଥିଲା ।ଏହି ମେଳା ଆସନ୍ତା କାଲି ଅପରାହ୍ନରେ ଶେଷ ହେବ ବୋଲି ଆୟୋଜକ ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି ।ଉଲ୍ଲେଖଯୋଗ୍ଯ ଯେ " ସୁଇସ୍ଏଡ୍"  ନାମକ ଏକ ବିଦେଶୀ ସଂସ୍ଥା ଏହି ସୁନ୍ଦର କାର୍ଯ୍ୟ କ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଫଳରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ପୁରୁଣା ବିହନକୁ ପୁନଃସ୍ଥାପନ କରାଯାଇପାରୁଛି ।ଏହାର ପ୍ରଭାବରେ କୃଷକମାନଙ୍କ ମଧ୍ୟରେ ପୁରୁଣା ବିହନ ପ୍ରତି ଆଗ୍ରହ ସୃଷ୍ଟି ସୃଷ୍ଟି ହୋଇଛି ।


ଦଶପଲ୍ଲା ମଣିଭଦ୍ରା ଖବର 

Post a Comment

أحدث أقدم
Header ADS