BREAKING
Loading...
:

ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ସୁକିନ୍ଦା ବିଜୟୀ

 ରାଜ୍ୟ ସ୍ତରୀୟ ବେଲପଡା କପ୍ କ୍ରିକେଟ, ସୁକିନ୍ଦା ବିଜୟୀ 



ଗଣିଆ ୨୪/୧୨(ମଣିଭଦ୍ରା ଖବର) ଗଣିଆ ବ୍ଲକର ବେଲପଡାପାଟଣା ଖେଳ ପଡ଼ିଆରେ ମହାବୀର କ୍ଳବ ଆୟୋଜିତ ଦୟାନିଧି ଓ ବାସନ୍ତୀ ମଞ୍ଜରୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ସୁକିନ୍ଦା ଏବଂ ଆୟୋଜକ ବେଲପଡାପାଟଣା । ସୁକିନ୍ଦା ଦଳ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲେ । ଦଳର ପ୍ରକାଶ ଜେନା ୨୬ ବଲରୁ ଧୁଆଧାର ୫୦ ରନ୍ ସଂଗ୍ରହ କରିଥିଲେ । ଜବାବରେ ବେଲପଡାପାଟଣା ଦଳ ୨୦ ଓଭରରେ  ଓ୍ବିକେଟ ହରାଇ  ୧୩୯ ରନ୍ କରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଏବଂ ସୁକିନ୍ଦା ଦ୍ବିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। 



ସୁକିନ୍ଦା ଦଳର ଡୁଡୁଲ ତ୍ରିପାଠୀ ଧୁଆଧାର ବ୍ୟାଟିଂ କରି ୪୧ ଏବଂ ବୋଲି ରେ ଗୋଟିଏ ସଫଳତା ହାସଲ କରି ଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ଶରତ କର ଏବଂ ସମୀର କୁମାର ମହାପାତ୍ର । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଗଣିଆ ଥାନା ଏଏସଆଇ ପ୍ରମୋଦ କୁମାର ନନ୍ଦ ଯୋଗ ଦେଇଥିଲେ । ଆସନ୍ତାକାଲିର ଖେଳ ଆଠଗଡ ବନାମ ଚଣ୍ଡିଖୋଲ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ଜଣାପଡିଛି ।

ଗଣିଆ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS