BREAKING
Loading...
:

ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ, ପୁରୀରୁ ଆସିଲା ମାହାର୍ଦ, ଆଜ୍ଞାମାଳ

 ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ, ପୁରୀରୁ ଆସିଲା ମାହାର୍ଦ, ଆଜ୍ଞାମାଳ





ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ପାଦଦେଶରେ ବିରାଜିତ ମା କଳାପାଟ ଠାକୁରାଣୀଙ୍କ ବିଜେସ୍ଥଳୀରେ ୧୯୯୩ ମସିହା ଠାରୁ ମହାନଯୋଗୀ ସ୍ବର୍ଗତ ବାବା ରାମଦାସଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞର ୩୦ ତମ ବାର୍ଷିକ ମହୋତ୍ସବ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତହସିଲଦାର କିଶୋର କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ବନମାଳୀ ପରିଡା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଯଜ୍ଞର ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ସଭାପତି ଅଜୟ ପଟ୍ଟନାୟକ,ଧିରେନ୍ଦ୍ର ପାଣିଗ୍ରାହୀ, ସୁଧାଂଶୁ ଶେଖର ମିଶ୍ର,ଆଦିତ୍ୟ ନାରାୟଣ ମହାସୁପକାର, ପ୍ରବକ୍ତା ପାର୍ଥସାରଥୀ, ବାବାଙ୍କ ଶିଷ୍ୟ ସେବକ ଲଳିତ ଦାସ,ଶୋଭନ ମହାକୁଡ଼,ରାସଙ୍ଗ ସରପଞ୍ଚ ମାନସ ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୭ ତାରିଖରୁ ଏହି ଯଜ୍ଞ ଆରମ୍ଭ ହୋଇ ୨୯ ତାରିଖରେ ଉଦଯାପନୀ ହେବ । ଏହି ଯଜ୍ଞରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ପ୍ରଶାସନିକ ଅଧିକାରୀ ତତ୍ପରତା ପ୍ରକାଶ କରିଥିଲେ । ବିଦ୍ୟୁତ୍ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ ୩ ଦିନ ଧରି ସେବା ପ୍ରଦାନ କରିବାକୁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରରେ ବୈଠକ ସରିଥିବା ବେଳେ ବ୍ଳକ ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ପୂରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ମହା ପ୍ରସାଦ, ଆଜ୍ଞାମାଳ, ପତିତପାବନ ବାନା ଧରି ଏକ ପ୍ରତିନିଧି ମଣ୍ଡଳୀ ରବିବାର ମା କଳାପାଟ ଠାକୁରାଣୀଙ୍କ ପୀଠରେ ପହଞ୍ଚିଥିଲେ । ମା'ଙ୍କ ନିକଟରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ ଯଜ୍ଞସ୍ଥଳରେ ବାନା ବାନ୍ଧିବା କାର୍ଯ୍ୟ ଆରମ୍ଭ ହୋଇଥିଲା । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS