ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା
ଦଶପଲ୍ଲା ( ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ଠାରେ ୬ବର୍ଷର ଠିକା ନିଯୁକ୍ତିକୁ ମୂଳ ଚାକିରି ସହ ଯୋଗ କରାଯାଇ ୬ଗୋଟି ଇନକ୍ରିମେଣ୍ଟ ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ବଦଳରେ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ଦାବୀ ନେଇ ଆଜି ଦଶପଲ୍ଲାରେ ନୂତନ ପେନସନ ଯୋଜନାଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବୀର ମନ୍ଦିର ଠାରୁ ଶହ-ଶହ ଶିକ୍ଷକ ଶିକ୍ଷୟତ୍ରୀ ଶୋଭାଯାତ୍ରାରେ ବାହାରି ଜାତୀୟ ରାଜପଥରେ ଦୀର୍ଘ ପଥ ଅତିକ୍ରମ କରି ଦଶପଲ୍ଲା ବିଇଓ ଅଫିସ୍ ଠାରେ ପହଞ୍ଚିଥିଲେ। ରାଜ୍ଯ ସରକାରଙ୍କ ଉଦ୍ଦେଶ୍ଯରେ ବିଇଓଂକୁ ଦାବିପତ୍ର ପ୍ରଦାନ କରିଛନ୍ତି।ସେଠାରେ ଆୟୋଜିତ ବିକ୍ଷୋଭ ସମାବେଶ ସଂଘର କର୍ମକର୍ତ୍ତା ଉଦବୋଧନ ଦେଇ ଦାବୀ ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବବୋଲି ଘୋଷଣା କରିଛନ୍ତି।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,
إرسال تعليق