ଗାଡି ଦୁର୍ଘଟଣା ରେ ଦୁଇ ଗୁରୁତର,ବାଇକ୍ ଓ କାର ମୁହାଁ, ମୁହିଁ ଧକ୍କା, କାର ଚାଳକ ଫେରାର।
ବଲାଙ୍ଗୀର/ବାଙ୍ଗୋମୁଣ୍ଡା (ମଣିଭଦ୍ରା ଖବର)ଆଜି ଦିବା ପ୍ରାୟ ୧ଟା ୩୦ମିନିଟ ସମୟରେ ସିନ୍ଧେକେଲା, ବଙ୍ଗୋମୁଣ୍ଡା ମୁଖ୍ୟ ରାସ୍ତା ରେ ଏକ ବାଇକ୍ ଓ କାର ମୁହାଁ, ମୁହିଁ ଧକ୍କା ହୋଇ ବାଇକ୍ ରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ କାର ଚାଳକ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।
ଆହତ ଦୁଇ ଜଣ ଙ୍କୁ ଡାକ୍ତର ଖାନା ରେ ଭର୍ତ୍ତି କରା ଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରା ଯାଇଛି।
ଦୁର୍ଘଟଣା ଗ୍ରସ୍ତ କାର ନମ୍ୱର
0D03U6528 ଓଲଟି ପଡିଥିବା ବେଳେ ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ଜଣାଯାଇଛି।
ଏ ନେଇ ପୋଲିସ୍ ପ୍ରଶାସନ କୁ ଲୋକେ ସୂଚନା ଦେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
إرسال تعليق