BREAKING
Loading...
:

ରୋଗୀ ଙ୍କୁ ମିଳୁନି ବେଡ, ବନ୍ଦ ପଡ଼ିଛି ଭର୍ତି କୋଠରୀ, ଅବ୍ୟବହୃତ ସାମଗ୍ରୀ କବାଡି ମୂଲ୍ୟ ରେ ବିକ୍ରୀ।

 ରୋଗୀ ଙ୍କୁ ମିଳୁନି ବେଡ, ବନ୍ଦ ପଡ଼ିଛି ଭର୍ତି କୋଠରୀ, ଅବ୍ୟବହୃତ ସାମଗ୍ରୀ କବାଡି ମୂଲ୍ୟ ରେ ବିକ୍ରୀ।




ବଲାଙ୍ଗୀର/ଟିଟିଲାଗଡ( ମଣିଭଦ୍ରା ଖବର): ଟିଟିଲାଗଡ ସବଡିଭିଜନାଲ ସରକାରୀ ଡାକ୍ତର ଖାନା ରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ସ୍ଥାନୀୟ ଡାକ୍ତରଖାନା ନାହିଁ, ନାହିଁ ରେ ଚଳିତ ହେଉଛି। ରୋଗୀ ଦୂରଦୂରାନ୍ତ ରୁ ଆସି ବାଧ୍ୟ ହୋଇ ବଲାଙ୍ଗୀର, ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନିତ ହେଇଛନ୍ତି।

ସେହିପରି ଯେଉଁ କିଛି ରୋଗୀ  ଡାକ୍ତର ଖାନା ରେ ଭର୍ତ୍ତି ରହିଥାନ୍ତି ତାଙ୍କୁ ବେଡ ରେ ନ ରଖି ତଳେ ଓ ବାରଣ୍ଡା ରେ ରଖି ଅନ୍ୟତ୍ର ଯିବାକୁ ବାଧ୍ୟ କରାଯିବା ଅଭିଯୋଗ ହୋଇଆସୁଛି ।

ଡ଼ାକ୍ତର ଖାନା ରେ ରୋଗୀଙ୍କ ପାଇଁ ୧୦୦ ଗୋଟି ସ୍ୱତନ୍ତ୍ର  ବେଡ ନିର୍ମାଣ ସହ ସବୁ ଆବଶ୍ୟକୀୟ ସାମଗ୍ରୀ ଦୀର୍ଘ ଦିନ ଧରି ଯୋଗାଇ ଦିଆ ଯାଇଥିବା ସତ୍ବେ ଉକ୍ତ ବେଡ ଗୁଡିକ ନର୍ସ ରୁମ୍ ରୁ ଦୁର ହେବା ଓ ସିଡି ବାରମ୍ୱାର ଛାଡ଼ିବା ପାଇଁ ସେଗୁଡିକ ପରିତ୍ୟକ୍ତ ହୋଇ ପଡ଼ିରହିଛି ।

 ବିଭିନ୍ନ ବିଭାଗୀୟ ଡ଼ାକ୍ତର ପଦବୀ ଗୁଡିକ ଖାଲି ପଡ଼ିଥିବା ଯୋଗୁଁ ରୋଗୀ ଓ ତାଙ୍କ ଆତ୍ମୀୟ ସ୍ୱଜନ ଅକଥନୀୟ ଦୁର୍ଦ୍ଦଶା ଭୋଗ କରି ଆସୁଛନ୍ତି।

ସେହିପରି ଏହି ଡାକ୍ତର ଖାନା ରେ ଅବ୍ୟବହୃତ ହୋଇ ବିଭିନ୍ନ ଜରୁରୀ ଓ ମୂଲ୍ୟବାନ ସାମଗ୍ରୀ ସବୁ ନଷ୍ଟ ହେବା ରେ ଲାଗିଛି। 

ଡାକ୍ତର ଖାନା ଅଧିକାରୀ ଏହି ସାମଗ୍ରୀ ଗୁଡ଼ିକୁ ବିନା ସରକାରୀ ଟେଣ୍ଡର ରେ ନିଜ ମନଇଚ୍ଛା ବେଆଇନ୍ ଭାବେ କବାଡି ମୂଲ୍ୟ ରେ ବିକ୍ରୀ କରି ଦେଇଥିବା ଅଭିଯୋଗ ହୋଇଛି ।

ଏ ନେଇ ବିଭାଗୀୟ ମୂଖ୍ୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ସମସ୍ତ ବିକ୍ରୀ ସାମଗ୍ରୀ ନେଇ ସବିଶେଷ ତଦନ୍ତ କରିବା ସହ ବିଧି ବଦ୍ଧ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଓ ରୋଗୀ ଙ୍କୁ ବନ୍ଦ ହୋଇ ପଡିରହିଥିବା ବେଡ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଦୃଢ଼ ଦାବି ହେଉଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS