BREAKING
Loading...
:

୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ସହ ଜଣେ ବ୍ୟକ୍ତି ଗିରଫ।

 ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ସହ  ଜଣେ ବ୍ୟକ୍ତି ଗିରଫ।





ବଲାଙ୍ଗିର (ମଣିଭଦ୍ରା ଖବର) ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଠାରେ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପିକଅପ୍ ଭ୍ୟାନ୍ ଜବତ ନେଇ ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ୧୪ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ବେଲପଡା ଠାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପିକଅପ୍ ଭ୍ୟାନ୍‌କୁ ଜବତ କରିବା ସହ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଗିରଫ ଅଭିଯୁକ୍ତ ଜଣକ ବେଲପଡାର ହରିସ ଚନ୍ଦ୍ର ଛତ୍ରିଆ ବୋଲି ଜଣାପଡିଛି । ଅନ୍ୟପଟେ ଜିଲ୍ଲା ପୋଲିସ ଦ୍ୱାରା ମିଶନ ଉଦ୍ଧାରରେ ଏପର୍ଯ୍ୟନ୍ତ ୬୦୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୪ଟି ମାମଲା ପଞ୍ଜିକୃତ ହୋଇଛି ଏବଂ ୫୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।


ବଲାଙ୍ଗୀର ସନ୍ତୋଷ କୁମାର ନାୟକ 

Post a Comment

أحدث أقدم
Header ADS