BREAKING
Loading...
:

ସେକ୍ସ ରେକେଟ ଚଳାଉ ଥିବା ରାଣୀ ମହୁମାଛି ସହ ତିନି ଗ୍ରାହକ ଜେଲ ଗଲେ,୧୦ ଜଣ ରୂପଜୀବି ଉଦ୍ଧାର।

 ସେକ୍ସ ରେକେଟ ଚଳାଉ ଥିବା ରାଣୀ ମହୁମାଛି ସହ ତିନି ଗ୍ରାହକ ଜେଲ ଗଲେ,୧୦ ଜଣ ରୂପଜୀବି ଉଦ୍ଧାର।



ବଲାଙ୍ଗୀର( ମଣିଭଦ୍ରା ଖବର):ଦୀର୍ଘ ଦିନ ଧରି  ସେକ୍ସ ରେକେଟ ଚଳାଉଥିବା ରାଣୀ ମହୁମାଛି ସହ ତିନି ଜଣ ଗ୍ରାହକ ବଲାଙ୍ଗୀର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଏ ନେଇ ସାଧାରଣ ରେ ବେଶ୍ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ,ଗୁରୁବାର ଦିନ ସନ୍ଧ୍ୟା ବେଳେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ଜଣ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଥିଲା।




ଗିରଫ ରାଣୀ ମହୁମାଛି ସାଲେପାଲି ପଡାର ହୋଇଥିବା ବେଳେ ଗ୍ରାହକମାନେ ହେଉଛନ୍ତି, ସୋନପୁର ଜିଲ୍ଲା ତରଭା ଥାନା ଜୁଆରବନ୍ଧ ଗାଁର ରାଜେଶ ବନଛୋର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଖୁର୍ଳିମୁଣ୍ଡା ଗାଁର ମନବୋଧ ବାରିକ ଓ ପୁଇଁନ୍ତଲା ଥାନା ଜଲଜଡ ଗାଁର ଯୁଧିଷ୍ଠିର ଜାଲ। ଉଦ୍ଧାର ହୋଇଥିବା ୧୦ ଦେହଜୀବୀ କୋଲ୍‌କାତା, ରାୟପୁର, ଭୁବନେଶ୍ୱର, କେନ୍ଦୁଝର ଓ ବଲାଙ୍ଗିର ସହରର ହୋଇଥିବା ପୁଲିସ ସୂଚନା ଦେଇଛି।


ଗିରଫ ବ୍ୟକ୍ତିଙ୍କଠାରୁ ପୁଲିସ୍‌ ୨୧ ହଜାର ୫ ଶହ ଟଙ୍କା, ୪ ଗୋଟି ମୋବାଇଲ, ସିଗାରେଟ, ମଦ, ପ୍ରେଗା ନ୍ୟୂଜ କିଟ୍‌, ଟାବଲେଟ, କଣ୍ଡୋମ ଜବତ କରିବା ସହ ତିନୋଟି ଵାଇକ ଜବତ କରିଛି ।


ଏହି ସେକ୍ସ ରେକେଟ୍ ଦୀର୍ଘ ଦିନ ଧରି ବଲାଙ୍ଗୀର ର ଏକ ଭଡ଼ା ଘରେ ଓ ସେଠୁ ବିଭିନ୍ନ ସ୍ଥାନ କୁ ଯାଇ ଏ କାରବାର ଚଳାଇଥିବା ଜଣା ପଡ଼ିଛି।


ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS