BREAKING
Loading...
:

ମଣିଭଦ୍ରା ଖବରର ମହାପ୍ରଭାବ" ଭୂଲ୍ ସୁଧାରିଲେ ସ୍କୁଲ କର୍ତ୍ତୃପକ୍ଷ, ଭକ୍ତକବିଙ୍କୁ ମିଳିଲା ଯଥୋଚିତ ସମ୍ମାନ

 "ମଣିଭଦ୍ରା ଖବରର ମହାପ୍ରଭାବ" ଭୂଲ୍ ସୁଧାରିଲେ ସ୍କୁଲ କର୍ତ୍ତୃପକ୍ଷ, ଭକ୍ତକବିଙ୍କୁ ମିଳିଲା ଯଥୋଚିତ ସମ୍ମାନ



ଗଣିଆ (ମଣିଭଦ୍ରା ଖବର) ସମାଲୋଚନା, କ୍ଷୋଭ, ଅସନ୍ତୋଷର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା । ବିଭିନ୍ନ ବର୍ଗର ଲୋକମାନେ ଏହି ଘଟଣାକୁ ତିବ୍ର ଭାବରେ ନିନ୍ଦା କରିବାକୁ ଲାଗିଲେ । ଆନ୍ଦୋଳନ ପାଇଁ ସାହିତ୍ୟପ୍ରେମୀ ଏକଜୁଟ ହେଲେ । ପରିଶେଷରେ ମୁଣ୍ଡ ନୂଆଁଇଲେ ସ୍କୁଲ କତୃପକ୍ଷ । ନିଜର ଭୂଲ୍ ସୁଧାରି ଭକ୍ତକବିଙ୍କୁ ଦେଲେ ଉଚିତ୍ ସମ୍ମାନ । ଘଟଣାକୁ ଅନୁସନ୍ଧାନ କଲେ ଜଣାପଡେ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାର ପାଚେରୀ କାନ୍ଥରେ ଭକ୍ତକବି ମଧୁସୂଦନ ରାଓଙ୍କ ନାମକୁ କଦର୍ଥ କରି "ମଧୁସୂନ ରାଓ" ଲେଖାଯାଇଥିଲା । ଗତ ୮ ତାରିଖରେ ଏକ ନେଇ ପ୍ରଥମେ "ମଣିଭଦ୍ରା ଖବର"ରେ ଆମେ ଖବର ପ୍ରକାଶ କରିଥିଲୁ । 





ଖବର ପ୍ରକାଶ ହେବା ପରେ ସ୍କୁଲ କତୃପକ୍ଷ ଭୂଲ ସଂଶୋଧନ ନକରି କବିଙ୍କ ନାମ ଉପରେ ଧଳାରଙ୍ଗ ବୋଳି ଦେଇଥିଲେ । ଗୋଟିଏ ଭୂଲ ସୁଧାରିବା ପରିବର୍ତ୍ତେ ଆଉ ଗୋଟିଏ ଭୂଲ କରି କତୃପକ୍ଷ କବିଙ୍କୁ ଆହୁରି ଅସମ୍ମାନ କରିଥିଲେ । ପୁଣିଥରେ ୧୩ ତାରିଖରେ ଆମେ "ମଣିଭଦ୍ରା ଖବର"ରେ ଆଉଥରେ ଖବର ପ୍ରକାଶ କରିଥିଲୁ । ଏପରିକି ଯଦି ଆଗାମୀ ସୋମବାର ମଧ୍ୟରେ ଭ୍ରମ ସଂଶୋଧନ ନହୁଏ ତେବେ ମଣିଭଦ୍ରା ଖବରର ମୁଖ୍ୟ ସମ୍ପାଦକଙ୍କ ସହିତ କିଛି ସାହିତ୍ୟପ୍ରେମୀ ସ୍କୁଲ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ । ଏଭଳି ଖବର ପୁଣିଥରେ ପ୍ରକାଶିତ ହେବା ପରେ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ସ୍କୁଲ କତୃପକ୍ଷଙ୍କୁ । ବିଭିନ୍ନ ମହଲରୁ ଉକ୍ତ ଘଟଣାକୁ ନିନ୍ଦା କରାଯିବା ପରେ ସ୍କୁଲ କତୃପକ୍ଷଙ୍କ ନିଦ ଭାଙ୍ଗିଥିଲା । ଫଳରେ ସେମାନେ ନିଜର ଭୂଲ୍ ସୁଧାରି "ମଧୁସୂଦନ ରାଓ"ଙ୍କ ନାମକୁ ସଠିକ୍ ଭାବରେ ଲେଖିଥିଲେ  । ଆମ ପୋର୍ଟାଲ ମାଧ୍ୟମରେ ଅଗଣିତ ଦର୍ଶକ, ସାମ୍ବାଦିକ, ସାହିତ୍ୟ ପ୍ରେମୀ,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ସଦାଶିବ ମିଶ୍ର ଉକ୍ତ ଘଟଣାକୁ ସଫଳ ରୂପାୟନ ଦେବାରେ ଆମକୁ ସହଯୋଗ କରିଥିବାରୁ ତାଙ୍କୁ ଆମ ତରଫରୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ । 

ଗୋଟିଏ ଦାୟିତ୍ଵବାନ ଗଣମାଧ୍ୟମ ହିସାବରେ "ମଣିଭଦ୍ରା ଖବର" ଉକ୍ତ ଘଟଣାକୁ ଲୋକଲୋଚନକୁ ଆଣିଥିବାରୁ ମଣିଭଦ୍ରା ଖବର ପରିବାରକୁ ପ୍ରଶଂସାର ସୁଅ ଛୁଟିଥିବା ଜଣାପଡିଛି । 


ଦେବୀ ପ୍ରସାଦ ଦାଶ, ମୁଖ୍ୟ ସମ୍ପାଦକ, ମଣିଭଦ୍ରା ଖବର 

Post a Comment

أحدث أقدم
Header ADS