BREAKING
Loading...
:

ଦୋକାନ ରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ୪ଅଭିଯୁକ୍ତ ଗିରଫ ସହ ପିକଅପ ଭ୍ୟାନ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ।

 ଦୋକାନ ରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ୪ଅଭିଯୁକ୍ତ ଗିରଫ ସହ ପିକଅପ ଭ୍ୟାନ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ।





ବଲାଙ୍ଗୀର/ସଇଁତଲା (ମଣିଭଦ୍ରା ଖବର)

ଗତ ୭ ତାରିଖ ଦିନ ଗୋଟିଏ ଦୋକାନ ଠାରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ବିଭିନ୍ନ ସାମଗ୍ରୀ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ସଇଁତଲା ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି  । ଗିରଫ ଅଭିଯୁକ୍ତ ମାନେ ହେଲେ ସଇଁତଲା ଥାନା ଧରବଗଡ଼ ଗ୍ରାମର ବାଞ୍ଛାନିଧି ବଗର୍ତି (୩୩) ଓ ମନ ଓରଫ ମନବୋଧ ସେଲମା (୪୧ ), ଟିଟିଲାଗଡ଼ ଥାନା ସ୍ୱାଧୀନ ପଡାର ସମାରୁ କଟା (୩୦ ) ଓ ରଙ୍ଗବାହାଲିର (ରିଗଡୁଲ) ଗ୍ରାମର ପ୍ରେମାନନ୍ଦ ପୋଢ଼ (୨୬) ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱବଧାନରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଥିଲା । ପ୍ରକାଶ ଯେ, ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧିନସ୍ଥ ଧରବଗଡ଼ ଗ୍ରାମର ଲାଲୁ ଦାଣ୍ଡିଆ ନାମକ ଜଣେ ବ୍ୟବସାୟୀ ଦୀର୍ଘ ବର୍ଷ ଧରି ପଞ୍ଚାୟତ ଛକ ପାଖରେ ଏକ ସାଇକେଲ ଓ ସାମଗ୍ରୀ ଦୋକାନ ଖୋଲି ବ୍ୟବସାୟ କରୁଥିଲେ । ତେବେ ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତମାନେ ଦୋକାନ ତାଲା ଭାଙ୍ଗି ସାଇକେଲ ସହ ସାଇକେଲ ସାମଗ୍ରୀକୁ ଏକ ବଲେରୋ ପିକଅପ ଗାଡିରେ ଲୁଟ କରି ଫେରାର ମାରିଥିଲେ । ସକାଳୁ ଘଟଣା ଖବର ପାଇଁ ଲାଲୁ ବଡ଼ମାଳ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ସଇଁତଲା ପୋଲିସ ଥାନା କେଶ ନଂ ୨୭୮/୨୨ ରେ ମାମଲା ରୁଜୁ କରି ଦଫା ୪୫୭ , ୩୮୦ ଆଇପିସିରେ ଘଟଣା ତଦନ୍ତ ଆରମ୍ଭ କରିଥିଲା । ଏଥିରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଙ୍କ ତତ୍ତ୍ୱ। ବଧାନରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଟିମରେ ସଇଁତଲା ଥାନା ଆଇଆଇସି ଅବନୀ ସାହୁଙ୍କ ଉଦ୍ୟମରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ଥାନା ଏସଆଇ ସଂଗୀତା ବେକ ଓ ଏଏସଆଇ ଅରକ୍ଷିତ ନାୟକଙ୍କ ନେତୃତ୍ୱରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ଏଥିରେ ପୋଲିସ ୪ ଗୋଟି ସାଇକେଲ , ବଲେରୋ ପିକଅପ ଭ୍ୟାନ ନଂ ଙଜ୨୬ ୫୪୯୪, ଗୋଟିଏ ଧାରୁଆ କଟର ଓ ସାଇକେଲର ସାମଗ୍ରୀକୁ ପୋଲିସ ଜବତ କରିଛି । ଅନ୍ୟପଟେ ଟିଟିଲାଗଡ଼ରେ ନୂତନ ଭାବେ ଯୋଗଦାନ କରିବା ପରେ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାରଙ୍କ ଏହା ପ୍ରଥମ ସାମ୍ବାଦିକ ସମ୍ବିଳନୀ ହୋଇଥିଲା । 


ବଲାଙ୍ଗୀରରୁ ସନ୍ତୋଷ କୁମାର ନାୟକ 

Post a Comment

أحدث أقدم
Header ADS