ଆଜିଠୁ ରାଉତପଡା ଭୋଳେଶ୍ବର ପୀଠରେ ଏକଲକ୍ଷ ଆଠ ଦୀପଦାନ ଓ ଗୀତାଯଜ୍ଞ
ଗଣିଆ (ମଣିଭଦ୍ରା ଖବର) ପବିତ୍ର କାର୍ତ୍ତିକ ମାସ ଅବସରରେ ମହାଦେବଙ୍କ ନାମରେ ଦୀପଦାନ କରିବା,ହରିନାମ କୀର୍ତ୍ତନ, ରାମାୟଣ ପଠନ ଓ ଶ୍ରବଣ କରିବା ହିନ୍ଦୁଧର୍ମର ଏକ ଆଧ୍ୟାତ୍ମିକ ପରମ୍ପରା । ଏହି ପରୀପ୍ରେକ୍ଷୀରେ ଗଣିଆ ବ୍ଲକର ରାଉତପଡାସ୍ଥିତ ଭୋଳେଶ୍ବର ମହାଦେବଙ୍କ ପୀଠରେ ଆଜିଠାରୁ ଏକଲକ୍ଷ ଆଠ ଦୀପଦାନ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଏହି ଦୀପଦାନ କାର୍ଯ୍ୟକ୍ରମ ଚାଲୁ ରହିବ । ପ୍ରତ୍ୟେହ ପୂର୍ବାହ୍ନ ୬ଘ ଠାରୁ ୧୦ଘ ପର୍ଯ୍ୟନ୍ତ ସୂର୍ଯ୍ୟପୂଜା ଓ ମାନସ ପାରାୟଣ, ପ୍ରତ୍ୟେହ ସୂର୍ଯ୍ୟାସ୍ତ ସମୟେ ଦୀପଦାନ ଏବଂ ସନ୍ଧ୍ୟା ୬ ଘଟିକା ଠାରୁ ହନୁମାନ ଚାଳିଶା କାର୍ଯ୍ୟକ୍ରମ ହେବା ପାଇଁ ସ୍ଥିର କରାଯାଇଛି । ଉତ୍କଳର ସୂନାମଧନ୍ୟ ସନ୍ଥ, ସଂକୀର୍ତ୍ତନ ମଣ୍ଡଳୀ, ପଣ୍ଡିତ, ପ୍ରବକ୍ତା ମାନେ ଯଜ୍ଞରେ ଯୋଗଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗଣିଆ ତଥା ଏହାର ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି । ରାଉତପଡା ଗ୍ରାମବାସୀଙ୍କ ଦ୍ବାରା ଏହି ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଆସୁଥିବାରୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق