ବେଆଇନ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ,୨ ପିସ୍ତଲ ସହ ଅନେକ ସାମଗ୍ରୀ ଜବତ, ଜଣେ ଗିରଫ।
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବନ୍ଧୁକ କାରଖାନା ଠାବ ସହ ୪ ବନ୍ଧୁକ,୨ ପିସ୍ତଲସହ ବ୍ୟାପକ ସାମଗ୍ରୀ ଜବତ ଜଣେ ଗିରଫ ହୋଇଛି । ବୌଦ୍ଧ ଜିଲ୍ଲାର ଉପାନ୍ତ ପଂଚାୟତ ଗୁନ୍ଦୁଲିଆ ଗ୍ରାମପଂଚୟାତର ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ଦିର୍ଘ ଦିନରୁ ଏହି ଅଂଚଳରେ ବେଆଇନ ବନ୍ଧୁକ କାରଖାନା ଚାଲିଆସୁଥିଲେ ହେଁ ସ୍ଥାନୀୟ ପୋଲିସ ପାଖରେ ଏନେଇ କୌଣସି ସୁରାଖ ନଥିଲା । ତେବେ ଏନେଇ ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସ୍କାର୍ଡ ଖବର ପାଇ ଗତକାଲି ବିଳମ୍ବିତ ରାତ୍ରୀରେ ମନମୁଣ୍ଡା ପୋଲିସ ସହ ମିଶି ଚଢାଉ କରିଥିଲା । ଫଳରେ ସାଲେଇପଡାର ଶେଷଦେବ ବିନ୍ଧାଣୀଙ୍କ ଘର ଭିତରେ ଚାଲିଥିବା ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଥିଲା । ସେଠାରେ ୪ଗୋଟି ଦେଶୀ ବନ୍ଧୁକ,୨ଗୋଟି ଦେଶୀ ପିସ୍ତଲ ସହ ବ୍ୟାପକ ମାତ୍ରାରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । କାଠ ଓ ଲୁହାକୁ ବ୍ୟବହାର କରାଯାଇ ଏସବୁ ବନ୍ଧୁକ ତିଆରି ହେଉଥିବା ଜଣାପଡିଛି । ଏହି ଘଟଣାରେ ଶେଷଦେବ ବିନ୍ଧାଣୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ । ତେବେ କେବେଠାରୁ ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖନା ଚାଲିଆସୁଥିଲା । ଏହାର ଲିଙ୍କ କେଉଁ ଅଂଚଳ ସହ ରହିଛି ଏବଂ ଆଉ କେଉଁମାନେ ଏହା ସହ ଜଡିତ ଅଛନ୍ତି ସେନେଇ ପୋଲିସର ତଦନ୍ତ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବୌଦ୍ଧ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق