BREAKING
Loading...
:

ଓଡିଶା ପ୍ରଶାସନିକ ସେବାରେ 18 ନମ୍ବର ରେଙ୍କ ରେ କୃତକାର୍ଯ୍ୟ ହେଲେ ସୁବର୍ଣ୍ଣପୁର ର ରାମକୃଷ୍ଣ ସତ୍ୟରାଜ ଗୁରୁ

 ଓଡିଶା ପ୍ରଶାସନିକ ସେବାରେ 18 ନମ୍ବର ରେଙ୍କ ରେ କୃତକାର୍ଯ୍ୟ ହେଲେ ସୁବର୍ଣ୍ଣପୁର ର  ରାମକୃଷ୍ଣ ସତ୍ୟରାଜ ଗୁରୁ 




 ଜ଼ିଲ୍ଲା ପାଇଁ ଆଣିଲେ ଗୌରବ 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

 ସୁବର୍ଣ୍ଣପୁର ଜ଼ିଲ୍ଲା ମହାନଦୀ ଛକ ହିକୁଡି ଗାଁ ର ଜଣା ଶୁଣା ସମାଜସେବୀ ତଥା ପ୍ରକୃତି ବନ୍ଧୁ  ରାଜୀବ ଲୋଚନ ଗୁରୁ ଓ ସରକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ମିଶ୍ର ଙ୍କ ସୁ -ପୁତ୍ର ରାମ କ୍ରିଷ୍ଣା ସତ୍ୟରାଜ ଗୁରୁ ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-2020 ରେ 18 ନମ୍ବର ରେଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇ ଏହି ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି l ଶ୍ରୀମାନ ଗୁରୁ ସାହାରା ଟ୍ରଷ୍ଟ ହାଇସ୍କୁଲ ରେ  ସୋନପୁରରେ ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଓ ୟୁ ଏ ଟି ଭୁବନେଶ୍ୱର, ଇନ୍ଦିରା ଗାନ୍ଧୀ କୃଷି ମହାବିଦ୍ୟାଳୟ ରାଏପୁର -ଛତିଶଗଡ଼, ଏବଂ ଏଗ୍ରିକଲଚର ରେ ପି ଏଚ ଡି କ୍ୟାରିଅର  ଗଢ଼ି  ଆଇ ସି ଏ ଆର  ଗବେଷଣା କେନ୍ଦ୍ର ରୁ ସେ ସ୍କୋଲାରସିପ ପାଇଥିବା ଜଣାଯାଏ l l ସେ  ପ୍ରଥମ ଥର ର ପରୀକ୍ଷା ରେ ଏହି କୃତିତ୍ବ ହାସଲ କରିଛନ୍ତି ।  ଏବଂ ଏହି ସଫଳତାର ଶ୍ରେୟ ସେ ନିଜର ସମସ୍ତ ସ୍କୁଲ କଲେଜ ଟିଚର  ବିଶେଷ ଭାବେ ସାହାରା ର ଏଚ ଏମ ଗତିକୃଷ୍ଣ ମିଶ୍ର, ଦିଲ୍ଲୀପ ପଣ୍ଡା ଓ  ପିତାମାତାଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ସଫଳତାରେ ସୋନପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଜି ଶ୍ରୀମାନ ଗୁରୁ ପରିବାର ର ଅଗଣିତ ଶୁଭେଛୁ ଓ ଏ ଏସ ରାମକୃଷ୍ଣ ଓ ତାଙ୍କର ପିତା ମାତା ଙ୍କୁ  ଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି lରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS