ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ଶାଶ୍ୱତ ଶୋଭନ ମହାପାତ୍ର-- ଶୁଭେଚ୍ଛା ଜଣାଇଲେ ସୁବର୍ଣ୍ଣପୁର, ବୌଦ୍ଧ ଓ ବାଲାଙ୍ଗୀର ଅଞ୍ଚଳର ଅଗଣିତ ଶୁଭେଛୁ--
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୋନପୁର ର ପୂର୍ବତନ ତଥା ବର୍ତ୍ତମାନ ର ଟିଟିଲାଗଡ଼ ଶିଶୁ ବିଦ୍ୟା ମନ୍ଦିର ର କାର୍ଯ୍ୟରତ ପ୍ରାଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର ଓ ସୁଗୃହିଣୀ ଶ୍ରୀମତୀ ତରଙ୍ଗିଣୀ ମହାପାତ୍ରଙ୍କ ସୁପୁତ୍ର ଶାଶ୍ଵତ ଶୋଭନ ମହାପାତ୍ର ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୦ ରେ ୧୫୩ ରେଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇ ସୋନପୁର, ବାଲାଙ୍ଗୀର ତଥା ନିଜ ଘର ବୌଦ୍ଧ ଏ ସମଗ୍ର ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି। ସେ ୨୦୧୦ ବର୍ଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସୋନପୁରରେ ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ସୋନପୁର ମହା ବିଦ୍ୟାଳୟରେ ନିଜର ଉଚ୍ଚଶିକ୍ଷା ସମାପ୍ତ କରିଥିବା ବେଳେ ଶ୍ରୀମାନ ଶୋଭନ ଖେଳ କୁଦ, ବକ୍ତୃତା , ବିଜ୍ଞାନ ପ୍ରକଳ୍ପ, ଏଂକରିଂ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପ୍ରତିଯୋଗିତା ରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ସୁବର୍ଣ୍ଣପୁର ଜ଼ିଲ୍ଲା ତଥା ରାଜ୍ୟ ସ୍ତର ରେ ସମ୍ବର୍ଦ୍ଧିତ ହୋଇଛନ୍ତି l ଏବଂ ସେ କୌଣସି ଜାଗାରେ କୋଚିଂ ନକରି ସେ ନିଜସ୍ଵ ପ୍ରଚେଷ୍ଟା ରେ ଏହି କୃତିତ୍ବ ହାସଲ କରିଛନ୍ତି ଯାହାକି ଅନ୍ୟ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ପ୍ରେରଣା ଅଟେ । ଏହି ସଫଳତାର ଶ୍ରେୟ ସେ ନିଜର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପିତାମାତାଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ସଫଳତାରେ ଏ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଶୋଭନ ର ପିତା ତଥା ସୁବର୍ଣ୍ଣପୁର ଶିଶୁ ବିଦ୍ୟା ମନ୍ଦିର ରେ ଦୀର୍ଘ ବର୍ଷ ଧରି ଖୁବ ଶୃଙ୍ଖଳିତ, ନିଷ୍ଠା, ଦକ୍ଷତା, ଓ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ତୁଲାଇ ହଜାର ଛାତ୍ର ଛାତ୍ରୀ ଙ୍କୁ ଭଲ ମଣିଷ କରି ଗଢିଥିବା ଓ ବିଦ୍ୟାଳୟ ରେ ସୁ -ଶାସନ ଓ ସଂସ୍କାର ଆଣିଥିବା ପ୍ରାକ୍ତନ ପ୍ରାଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ଙ୍କ ଏହା ଏକ ରିୱାର୍ଡ ଏବଂ ମା ସୁରେଶ୍ୱରୀ, ସମଲେଶ୍ୱରୀ, ଓ ଭୈରବୀ ଙ୍କ ଆଶୀର୍ବାଦ ବୋଲି ଏ ଅଞ୍ଚଳ ର ବୁଦ୍ଧିଜୀବୀ ମତ ରଖି ଶ୍ରୀ ମହାପାତ୍ର ଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق