ସମ୍ବାଦ ସାହିତ୍ୟ ଘର ଗଣିଆ ଶାଖାର ପ୍ରଥମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗଣିଆ ୦୯/୧୦(ମଣିଭଦ୍ରା ଖବର) ଗଣିଆ ଶିଶୁ ରାଇଜ ପରିସରରେ ସମ୍ବାଦ ସାହିତ୍ୟ ଘର ଗଣିଆ ଶାଖାର ପ୍ରଥମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟୀ ସଭାପତି ଆନନ୍ଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ସୁନିଲ କୁମାର ସାହୁ, ଉପଦେଷ୍ଟା ଗିରିଶ କୁମାର ମିଶ୍ର, ଆନନ୍ଦ ଚନ୍ଦ୍ର ବେହେରା, ଦେବୀ ପ୍ରସାଦ ଦାଶ, କୈଳାଶ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସଶ୍ମିତା ମଣ୍ଡଳ, ସୋମନାଥ ବେହେରା, ସୁରେଶ କୁମାର ସାହୁ, ବିରଞ୍ଚି ନାରାୟଣ ମହାପାତ୍ର,କୂଳମଣି ରାଉତ,ବିଜୟ କୁମାର ବେହେରା,ବିଜୟ କୁମାର ସାହୁ, ସରୋଜ କୁମାର ସାହୁଙ୍କ ସମେତ ପ୍ରାୟ ୩୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ । ଚଳିତ ମାସ ୩୦ ତାରିଖରେ ସାହିତ୍ୟ ଘରର ପ୍ରଥମ ବାର୍ଷିକ ଉତ୍ସବ ରଘୁନାଥ ଜୀଉ ମନ୍ଦିର ପରିସରରେ ହେବା ପାଇଁ ସ୍ଥିର କରାଯାଇଥିଲା । ଉକ୍ତ ଦିନ ସନ୍ଧ୍ୟା ୬ ଘଟିକା ଠାରୁ ୧୦ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଦାୟିତ୍ଵ ହସ୍ତାନ୍ତର କରାଯାଇଥିଲା । ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତେ ନିଜ ନିଜର ସ୍ବରଚିତ ଲେଖା କବି ସୁରେଶ କୁମାର ସାହୁଙ୍କ ନିକଟରେ ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା । ପ୍ରଥମ ବାର୍ଷିକ ଉତ୍ସବ ହୋଇଥିବାରୁ ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ଚେଷ୍ଟା କରିବେ ବୋଲି ଉପଦେଷ୍ଟା ଗିରିଶ କୁମାର ମିଶ୍ର ସମସ୍ତଙ୍କୁ ନିବେଦନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق