BREAKING
Loading...
:

ହରଭଙ୍ଗା ବ୍ଲକ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ

 ହରଭଙ୍ଗା ବ୍ଲକ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ 




 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଠାରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ପୁରୁଣା କଟକ ପଂଚାୟତ ର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ ତାଙ୍କର ବହୁ ସମର୍ଥକ ଆଜି ବିଜେଡି ରେ ଯୋଗ ଦେଇଥିଲେ l ଏହି ମିଶ୍ରଣ ପର୍ବ ରେ ଜଙ୍ଗଲ ଓ ପରିବେଶ ତଥା ଜଳ ବାୟୁ ପରିବର୍ତ୍ତନ,ପଂଚାୟତ ରାଜ ଓସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଉପସ୍ଥିତ ଥିଲେ l ଏହି ମିଶ୍ରଣ ପର୍ବ ରେ ବିଜେଡି କର୍ମୀ ଓ ବିଭିନ୍ନ ଅଂଚଳରୁ ବହୁ ଲୋକ ଯୋଗ ଦେଇଥିଲେ l ପରେ ପଦଯାତ୍ରା ରେ ପୁରୁଣାକଟକ ପଂଚାୟତ ର ଅନେକ ଗ୍ରାମ କୁ ପଦଯାତ୍ରା ରେ ମନ୍ତ୍ରୀ ଓ କର୍ମୀ ମାନେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନହିତକାରୀ ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସଫଳତା ଲୋକ ମାନଙ୍କ ପାଖରେ ପହଞ୍ଚାଇଥିଲେ l ଏହି ପଦଯାତ୍ରା ରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ବରିଷ୍ଠ ବିଜେଡି ନେତା ଅଶୋକ କୁମାର ସାହୁ, ତାରେଣୀ ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ସରପଞ୍ଚ ଅଶୋକ ସେଠୀ, ବାବୁ ମେହେର, ଅକ୍ରୁର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ, ଧିରେନ ଦେହୁରୀ, ସୁରେନ ପଧାନ, ପ୍ରଦୀପ କୁମାର ସାହୁ, ଚିତ୍ତରଞ୍ଜନ ସିଂହ, ସଂଜୀବ ଦେହୁରୀ ପ୍ରମୁଖ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS