ପ୍ରକଳ୍ପ ଗୁଡିକ ସମ୍ପର୍କରେ ସମୀକ୍ଷା କଲେ ଜିଲ୍ଲାପାଳ l
ସୁବର୍ଣ୍ଣପୁର( ମଣିଭଦ୍ରା ଖବର) ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା ବୈଠକ କରାଯାଇଥିଲା । ତନ୍ମଧ୍ୟରେ ଏନଏସିର ବିଭିନ୍ନ ସ୍କିମ ଓ ପ୍ରକଳ୍ପ ,ଯଥା: ମୁକ୍ତା ସ୍ମିମ,ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ,ଚଲାପଥ,ମିନି ପାର୍କ,ଭେଣ୍ଡିଂ ଜୋନ,ଖେଳପଡିଆ ଉନ୍ନତିକରଣ ତାହାସହିତ କ୍ରୀଡା ର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ଜିଲ୍ଲା ସଂଗ୍ରହାଳୟର ସମୀକ୍ଷା ସହିତ ବକେୟା ଥିବା ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ଶିଘ୍ର ସମାପ୍ତ କରିବା ପାଇଁ ଅଧିକାରୀମାନଙ୍କୁ ନର୍ଦ୍ଦେଶ ଦେଇଥିଲେ । ପ୍ଲାଷ୍ଟିକ ବର୍ଜନ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଷ୍ଟାଡିୟମ, ସନ୍ତରଣାଗାର,ଇଣ୍ଡୋର ଷ୍ଟାଡିୟମ,ରେଭିନ୍ୟୁ କ୍ୱାର୍ଟର,ମାଷ୍ଟରଲାଇନ କ୍ୱାର୍ଟର ବୁଲି ଦେଖିବାପରେ ସମସ୍ତ କ୍ୱାର୍ଟର ର ମରାମତି ତଥା ପୁନଃନିର୍ମାଣ ପାଇଁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ପୁରୁଣା ବସଷ୍ଟାଣ୍ଡର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଜାଗା ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା,କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର,ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ଓ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ,ଏନଏସି ର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା,ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ,ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ,ଆର୍କିଟେକ ସୁମନ ଷଡଙ୍ଗୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ,ମତ୍ସ୍ୟ ବିଭାଗ,ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment