ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ନିକଟରେ ସଡକ ଦୁର୍ଘଟଣାରେ 2 ଜଣ ଙ୍କର ମୃତ୍ୟୁ
ପୁରୀ (ମଣିଭଦ୍ରା ଖବର) ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବୀର ଗୋବିନ୍ଦ ପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ଅପରାହ୍ନ ପ୍ରାୟ ୫ ଟା ସମୟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ଜଣେ ମହିଳା କନେଷ୍ଟବଳଙ୍କ ସମେତ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା l ଜଣେ ଗୁରୁତର ଆହତ ହୋଇଛନ୍ତି l
ସତ୍ୟବାଦୀ ଥାନା ଅନ୍ତର୍ଗତ ହୋତା ସାହି ଗ୍ରାମର ସୂର୍ଯ୍ୟକାନ୍ତ ସାହୁ (28), ସୁଷମା ମିଶ୍ର( 38) ଓ ଚିନ୍ମୟ ପ୍ରସାଦ ଆଚାର୍ଯ୍ୟ OD 13 P 9675 ନମ୍ବର ବାଇକ ଯୋଗେ ପୁରୀରୁ ସାକ୍ଷୀଗୋପାଳ ଫେରୁଥିଲେ l ବୀର ଗୋବିନ୍ଦ ପୁର ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା OD 01Y 9855 ନମ୍ବର ଟ୍ରକ ପଛରେ ଭାରସାମ୍ୟ ହରାଇ ବାଇକଟି ଟ୍ରକ ପଛରେ ପିଟି ହୋଇ ଯାଇଥିଲା l ଘଟଣା ସ୍ଥଳରେ ସୁଷମା ମିଶ୍ର ( 38) (କୋଣାର୍କ କୋର୍ଟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ) ଓ ସୂର୍ଯ୍ୟକାନ୍ତ ସାହୁ (28) ଙ୍କର ମୃତ୍ୟୁ ଘଟିଥିଲା l ଚିନ୍ମୟ ପ୍ରସାଦ ଆଚାର୍ଯ୍ୟ (18)ଗୁରୁତର ଆହତ ହୋଇଥିଲେ l ସାକ୍ଷୀଗୋପାଳ ଦମକଳ କେନ୍ଦ୍ର ତରଫରୁ ମୃତାହତ ମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା l ଆହତ ଚିନ୍ମୟ ପ୍ରସାଦ ଆଚାର୍ଯ୍ୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ,ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି l ସତ୍ୟବାଦୀ ପୋଲିସ ଶବ ଦ୍ବୟ ଜବତ କରିଛନ୍ତି l ଦୁର୍ଘଟଣାଗ୍ରସ୍ତ ଯାନ ଦ୍ବୟ ଜବତ ହୋଇଅଛି l ମୃତା ସୁଷମା ମିଶ୍ରଙ୍କର ଭଣଜା ଜଟଣୀ ଥାନା ଅନ୍ତର୍ଗତ ବାଛେରା ଗ୍ରାମର ଜ୍ୟୋତି ରଞ୍ଜନ ଦାସ (32)ଙ୍କର ପରଲୋକ ହୋଇଥିଲା l ପୁରୀ ସ୍ୱର୍ଗଦ୍ୱାର ଠାରେ ଶବ ସତ୍କାର କରି ଫେରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା l
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment