BREAKING
Loading...
:

ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ନିମନ୍ତେ ବୁଲିଲା ସଚେତନତା ରଥ

 ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ନିମନ୍ତେ ବୁଲିଲା ସଚେତନତା ରଥ 



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହରାଞ୍ଚଳର ମତଦାତାଙ୍କରଆଧାର ନମ୍ବର କୁ ଭୋଟର ପରିଚୟ ପତ୍ର ସହିତ ସଂଯୋଗ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି l ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ସନତ କୁମାର ନାୟକ, ସହକାରୀ ଜିଲ୍ଲାପାଳ ( ନିର୍ବାଚନ ) ସତ୍ୟଜିତ ମହାପାତ୍ର ଙ୍କ ଉପସ୍ଥିତି ରେ ଏହା ଆରମ୍ଭ କରାଯାଇଥିଲା l ଏହି ରଥ ବୌଦ୍ଧ ସହର ଅନ୍ତର୍ଗତ 2 ଟି ନିର୍ବାଚନ ମଣ୍ଡଳୀର ବୌଦ୍ଧ ବ୍ଲକ, ହରଭଙ୍ଗା ବ୍ଲକ ଏବଂ କଣ୍ଟାମାଳ ବ୍ଲକ ର ଭୋଟର ଙ୍କୁ ସ୍ଵେଛାକୃତ ଭାବେ ସେମାନଙ୍କ ଆଧାର ନମ୍ବର କୁ ଭୋଟର ତାଲିକା ରେ ସଂଯୋଗୀକରଣ ପାଇଁ ସଚେତନତା ସୃଷ୍ଟି କରିବ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS