ବାପା, ମାଆ ଛେଉଣ୍ଡ ତିନି ସନ୍ତାନ ଗଲେ ଅନାଥା ଶ୍ରମ।
ବଲାଙ୍ଗୀର( ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ମୁଖ୍ୟାଳୟରେ ରହୁଥିବା ଏକ ପରିବାର ର ବାପା,ମାଁଙ୍କ ମୃତ୍ୟୁ ପରେ ତାଙ୍କ ତିନୋଟି ସନ୍ତାନ ଅନାଥ ଓ ବେସାହାରା ହୋଇ ଯାଇଛନ୍ତି । ଘଟଣାନୁଯାଇ ୧୩ ବର୍ଷ ତଳେ ରତ୍ନମଣୀ ରଣା ଓ ରୁକ୍ମଣୀ ରଣା ବିବାହ ବନ୍ଧନରେ ବାନ୍ଧିହୋଇ ୫ ବର୍ଷ ମଧ୍ଯରେ ତିନୋଟି ସନ୍ତାନ କୁ ନେଇ ବେଶ ଆରାମରେ ହସଖୁସିର ସଂସାର ଚଳାଉଥିଲେ। ତେବେ ପାଖାପାଖି ୭ ବର୍ଷ ତଳେ କୌଣସି ଅଜଣା ରୋଗର ଶିକାର ହୋଇ ରତ୍ନମଣୀ ଙ୍କ ମୃତ୍ଯୁ ହୋଇଥିଲା ଏଥିରେ ଭାଙ୍ଗି ନ ପଡି ସ୍ତ୍ରୀ ରୁକ୍ମଣୀ ତିନୋଟି ସନ୍ତାନ କୁ ନେଇ ଯେମିତି ସେମିତି ପ୍ରତିପୋଷଣ କରି ପରିବାର ଚଳାଇ ନେଉଥିଲେ। କିନ୍ତୁ ଚାରିଦିନ ତଳେ ମଙ୍ଗଳବାର ଦିନ ହାର୍ଟ ଷ୍ଟୋକ ଯୋଗୁଁ ରୁକ୍ମଣୀଙ୍କ ମଧ୍ଯ ମୃତ୍ଯୁ ହୋଇଯାଇଛି। ଏବେ ତିନୋଟି ଶିଶୁ ଦୁଇ ଝିଅ ଓ ଗୋଟିଏ ପୁଅ ବଡଝିଅ ସୁରେଖା ରଣା ୧୨ ବର୍ଷ ସପ୍ତମ ଶ୍ରେଣୀ ମଝିଆ ଝିଅ ରଞ୍ଜିତା ରଣା ୮ ବର୍ଷ ତୃତୀୟ ଶ୍ରେଣୀ ଓ ସାନ ପୁଅ ପ୍ରଧାନୀ ରଣା ୭ ବର୍ଷ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ଏମାନେ ବାପା ମାଁଙ୍କୁ ହରାଇ ଅନାଥ ଓ ବେସାହାରା ହୋଇ ଯାଇଛନ୍ତି। ଭାଗ୍ୟକୁ ରତ୍ନମଣୀଙ୍କ ଗୋଟିଏ ଭଉଣୀ ସୌଭାଗ୍ଯ ରଣା (ବ-୫୦) ଅଛନ୍ତି । ଯାହାଙ୍କ ବିବାହ ବିଚ୍ଛେଦ ହୋଇ ସେ ନିଜ ଭାଇ ଘରେ ରହୁଥିଲେ ହେଲେ ସେ ମଧ୍ଯ ରୋଗୀଣା ସେ ନିଜେ ନିଜକୁ ସମ୍ଭାଳିବା ମୁସ୍କିଲ। ଏମିତିରେ ତିନୋଟି କୁନି କୁନି ଶିଶୁମାନଙ୍କ ଭାଗ୍ଯ ଏବେ ଅନ୍ଧକାର ହୋଇ ପଡିଛି । ସେମାନେ କୋଉଠାକୁ ଯିବେ , କଣ କରିବେ , କାହା ସହ ରହିବେ , କେମିତି ପାଠ ପଢିବେ, କିଏ ଦୁଇଓଳି ଖାଇବାକୁ ଦବ , କଣ କରିବେ କିଛି ବୁଝି ପାରୁନାହାନ୍ତି। ଖବରପାଇ ଅଳଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ ପହଞ୍ଚି ତାଙ୍କୁ ସାନ୍ତ୍ବନା ଦେବାସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦେବାସହ ଦଶାହ କାର୍ଯ୍ଯରେ ମଧ୍ଯ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ଆଗକୁ ତିନିଜଣ ଶିଶୁକୁ ତାଙ୍କର ଆଗାମୀ ଭବିଷ୍ୟତ ସୁଦୃଢ କରିବା ପାଇଁ କିପରି ଗୋଟିଏ ଜାଗାରେ ଥଇଥାନ କରାଯିବ ସେ ନେଇ ତାଙ୍କ ନିକଟ ସମ୍ପର୍କିୟ ଓ ପଡୋଶୀଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ବାଗ। ପରେ ବଙ୍ଗୋମୁଣ୍ଡା ବ୍ଲକ ବିଡିଓ ରିପୁନାଥ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଡିଓ ଶ୍ରୀ ସୁନା ଜିଲ୍ଲାରେ ଥିବା ଭଲ ଅନାଥାଶ୍ରମ କୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବାଗ ସୁଚନା ଦେଇଛନ୍ତି ।
ରିପୋର୍ଟ ସନ୍ତୋଷ କୁମାର ନାୟକ, ବଲାଙ୍ଗୀର
إرسال تعليق