BREAKING
Loading...
:

ଜ଼ିଲ୍ଲା ପ୍ରଶାସନ ର ନ୍ୟା୍ୟୋଚିତ ପଦକ୍ଷେପ ଆଗରେ ମୁଣ୍ଡ ନୁଆଇଁଲେ ରୟତ ପ୍ରଜା ପେଟ୍ରୋଲ ପମ୍ପ ମାଲିକ

 ଜ଼ିଲ୍ଲା ପ୍ରଶାସନ ର ନ୍ୟା୍ୟୋଚିତ ପଦକ୍ଷେପ ଆଗରେ ମୁଣ୍ଡ ନୁଆଇଁଲେ ରୟତ ପ୍ରଜା ପେଟ୍ରୋଲ ପମ୍ପ ମାଲିକ 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଅତି ମନ୍ଥର ଗତି ରେ ଚାଲି ଆସିଥିବା ମହାନଦୀ ରୁ କୁଞ୍ଜ ଛକ ଯାଏ  ନିର୍ମାଣ ହେବାକୁ ଥିବା ସହରର ବହୁ ପ୍ରତୀକ୍ଷିତ ଅଧ ପନ୍ତରିଆ  ଫୋର ଲେନ ପ୍ରୋଜେକ୍ଟ ବା ରାସ୍ତା କାର୍ଯ୍ୟ ଗତ  21 ତାରିଖ ଠାରୁ ଜ଼ିଲ୍ଲା ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତି ରେ କଡା ପୋଲିସ ସୁରକ୍ଷା ସହିତ କ୍ଷିପ୍ର ଗତି ରେ ଆରମ୍ଭ ହୋଇଛି l ହେଲେ ରାସ୍ତା କାର୍ଯ୍ୟ ନିର୍ମାଣ ସଂସ୍ଥା ଆରମ୍ଭ କରିବା ବେଳକୁ ରାସ୍ତା ନିର୍ମାଣକୁ କିଛି ଲୋକ ପ୍ରତିବାଦ କରୁଛନ୍ତି l ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ନ ହେବା ପରେ କାହିଁକି ରାସ୍ତା ନିର୍ମାଣ ଚାଲିଛି ବୋଲି କିଛି ରୟତ ପ୍ରଜା କାର୍ଯ୍ୟ ବନ୍ଦ କରିବା ପାଇଁ ପୋଲିସ ପ୍ରଶାସନ କୁ ଅନୁରୋଧ କରିଛନ୍ତି  ।ତେବେ  ଗତ କାଲି କିଛି ମନ୍ଦିର ସେବାୟତ, ଆଜି  ଜଣେ ପେଟ୍ରୋଲ ପମ୍ପ ମାଲିକ ଓ ରୟତ ପ୍ରଜାଙ୍କ ପ୍ରତିବାଦ ଯୋଗୁଁ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା l ଯା ଫଳରେ କି ସୁବର୍ଣ୍ଣପୁର ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ଏସ୍ଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ, ଆଇ ଆଇ ସି  କୃଷ୍ଣ ଚନ୍ଦ୍ର ମେହେର,  ଘଟଣା ସ୍ଥଳ ରେ ପହଞ୍ଚି  ରୟତ ପ୍ରଜା, ଓ ସେବାୟତ ମାନଙ୍କୁ  ବୁଝା ସୁଝା କରି  ଏ ପରିସ୍ଥିତି ର ଦୃଢ଼ ମୁକାବିଲା କରିଥିଲେ l ଓ ଜ଼ିଲ୍ଲା ପ୍ରଶାସନ କୁ ସହଯୋଗ କରିବା ପାଇଁ କହିଥିଲେ l ରୟତ ପ୍ରଜାମାନେ ଓ କିଛି ମନ୍ଦିର ସେବାୟତ  ଅଧିଗ୍ରହଣ କରାଯାଇଥିବା ଜମିର ପ୍ରାପ୍ର୍ୟ ପାଇ ନ ଥିବା ବିଷୟ ଜ଼ିଲ୍ଲାପାଳ ଙ୍କୁ  ଅଭିଯୋଗ କରିଥିଲେ l ତେବେ ଘଟଣାସ୍ଥଳକୁ ଜମି ଅଧିଗ୍ରହଣ ଅଧିକାରୀ ପହଂଚି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ।ସେହିପରି ଅପ୍ରିତିକର ପରିସ୍ଥିତିରର ମୁକାବିଲା କରିବାକୁ ଜିଲ୍ଲା ପୋଲିସକୁ ଅନୁରୋଧ କରିଛନ୍ତି । ଓ ସରକାରୀ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ କରାଯାଇଛି ବୋଲି ଜମି ଅଧିଗ୍ରହଣ ଅଧିକାରୀ କହି ଛନ୍ତି  l ରାଷ୍ଟ୍ର ର ବିକାଶ ରେ ବ୍ୟକ୍ତି ର ବିକାଶ l ରାଷ୍ଟ୍ର ଓ ସମାଜ ବଞ୍ଚିଲେ  ବ୍ୟକ୍ତି ବଂଚିବ l ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ସ୍ୱୀକୃତି ପାଇବ l ନିଜ ମା ମାଟି ସ୍ୱାର୍ଥ ହେଉ କି ରାଷ୍ଟ୍ର ର ସ୍ୱାର୍ଥ ତା ଆଗରେ ବ୍ୟକ୍ତିଗତ ସ୍ୱାର୍ଥ କୁ ସରେଣ୍ଡର କରିବା ହେଉଛି ମହାନତା ର ପରିଚୟ l ଆଉ ନିଜର ରୟତି ଜମି ମଧ୍ୟ ରାଷ୍ଟ୍ର ର ସମ୍ପତ୍ତି ବୋଲି ଆମେ କେହି ଭୁଲିଯିବା ଉଚିତ ନୁହେଁ ବୋଲି ସହର ର କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି l ଏବଂ ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ର ଏଇ କଡା ପଦକ୍ଷେପ ଯୋଗୁଁ  ଦୀର୍ଘ ବର୍ଷ ର ସ୍ବପ୍ନ ପୁରା ହୋଇ ଥିବାରୁ ଆଜି ସହର ତଥା ଜ଼ିଲ୍ଲା ବାସୀ  ପ୍ରଶାସନ କୁ ଊଚ୍ଚ ପ୍ରଶଂସା କରିଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS