BREAKING
Loading...
:

ଗଣିଆରେ ନୂତନ କୋର୍ଟ ପାଇଁ ନିର୍ଦ୍ଦେଶନାମା ଜାରି, ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

 ଗଣିଆରେ ନୂତନ କୋର୍ଟ ପାଇଁ ନିର୍ଦ୍ଦେଶନାମା ଜାରି, ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ 






ଗଣିଆ (ମଣିଭଦ୍ରା ଖବର) ଗଣିଆ ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି । ଯାହାର ସମସ୍ତ ଶ୍ରେୟ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଦେଇଛନ୍ତି ଅଞ୍ଚଳବାସୀ ‌‌। ନୟାଗଡ ଜିଲ୍ଲା ଗଣିଆ ବ୍ଲକରେ ନୂତନ କୋର୍ଟ ନିର୍ମାଣ କରିବା ପାଇଁ ହାଇକୋର୍ଟ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ସ୍ଥାନରେ ନୂତନ କୋର୍ଟ  ସ୍ଥାପନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅକ୍ଟୋବର ୧୦ ତାରିଖ ପୂର୍ବରୁ କୋର୍ଟ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସମସ୍ତ ଆନୁସଙ୍ଗିକ ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଥିବା ଜଣାପଡିଛି । ତେବେ ନୂତନ କୋର୍ଟ ନିର୍ମାଣ ଖବର ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS