BREAKING
Loading...
:

ଆସିଲେନି ବିଭାଗୀୟ ଅଧିକାରୀ, ବାତିଲ ହେଲା ଏନଆରଜିଏସ ସାମାଜିକ ସମୀକ୍ଷା ବୈଠକ

 ଆସିଲେନି ବିଭାଗୀୟ ଅଧିକାରୀ, ବାତିଲ ହେଲା ଏନଆରଜିଏସ ସାମାଜିକ ସମୀକ୍ଷା ବୈଠକ





ଗଣିଆ ( ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମାଜିକ ସୁରକ୍ଷା ସମୀକ୍ଷା ବୈଠକ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଚିଠି କରାଯାଇଥିଲା ‌ । ତେବେ ବ୍ଳକ ଅଧ୍ୟକ୍ଷାଙ୍କ ଠାରୁ ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତେ ବୈଠକକୁ ଅପେକ୍ଷା କରିଥିଲେ ମଧ୍ୟ ଅନେକ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିଲେ ।  ଅନେକ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରାଯାଇଥିଲେ ମଧ୍ୟ ସେମାନେ ନଆସିବାରୁ  ବିଡ଼ିଓ କ୍ଷୋଭ ପ୍ରକାଶ କରିବା ସହିତ ସଭାକୁ ବାତିଲ କରିଥିଲେ । ଏହି ବୈଠକରେ ୦୧/୦୪/୨୦୨୦ ଠାରୁ ୩୧/୦୩/୨୦୨୧ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା ହେବା ପାଇଁ ସ୍ଥିର କରାଯାଇଥିଲା । ତେବେ କିଛି ଅପାରଗ ଅଧିକାରୀ ମାନଙ୍କ ଯୋଗୁଁ ଆଜିର କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।  ଅଧିକାରୀ ମାନେ କାହିଁକି ଅନୁପସ୍ଥିତ ରହିଲେ ତାହାର କାରଣ ଜଣାପଡ଼ିନାହିଁ । ତେବେ ଏଭଳି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS