54 ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର),ରାମଧୁନ କ୍ଲବ, ମଝିପଡ଼ା, ସୋନପୁର ପକ୍ଷରୁ ହେବାକୁ ଥିବା 54 ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ଉପଲକ୍ଷେ ସୋନପୁର ମଝିପଡ଼ା ରାମଜୀ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବିଗତ ବର୍ଷର କାଳୀ ପୂଜା ର ଆୟ ଓ ବ୍ୟୟ ଉପରେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକ ରେ ଚଳିତ ବର୍ଷ ପାଇଁ ସୁରଜ କୁମାର ସାହୁ, ସଭାପତି, ବୁବୁନ ନାଏକ, ଉପ ସଭାପତି, ପୁରେନ୍ଦ୍ର ନାଏକ, ସମ୍ପାଦକ, ରାଜୀବ କୁମାର ସାହୁ ଙ୍କୁ କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି l ଉକ୍ତ ବୈଠକ ରେ ଏକ ସାଂସ୍କୃତିକ କମିଟି ଓ ଭୋଗ କମିଟି ଭାବରେ ଦୁଇଟି ନୂତନ କମିଟି ଗଠନ କରାଗଲା l ଚଳିତ ବର୍ଷ ମାଁ କାଳୀ ପୂଜା ମହୋତ୍ସବ ରେ 7 ଟି ମେଲୋଡି କାର୍ଯ୍ୟକ୍ରମ ର ଆୟୋଜନ କରାଯିବ l ଏହି ପୂଜା ମହୋତ୍ସବ ରେ ବିଶେଷ ଆକର୍ଷଣ ଭାବରେ " ମୀନାବଜାର " ( ହାତୀଶାଳ କଲ୍ୟାଣ ମଣ୍ଡପ, ମଝିପଡ଼ା, ସୋନପୁର ତା.24/10/2022 ରୁ ତା.08/11/2022) ର ଆୟୋଜନ କରାଯିବ l ମାଁ କାଳୀ ଙ୍କ ଭସାଣୀ ତା.06/11/2022 ରିଖ ଦିନ ଅନୁଷ୍ଠିତ ହେବ l ଯେହେତୁ ସୋନପୁର ସହରରେ ମଝିପଡ଼ା ରାମଧୁନ କ୍ଲବ ପକ୍ଷରୁ ପାଳିତ ହେଉଥିବା କାଳୀ ପୂଜା ମହୋତ୍ସବ ବହୁତ ପୁରୁଣା, ଏଥିପାଇଁ ଚଳିତ ବର୍ଷ କାଳୀପୂଜା କିପରି ଆହୁରି ଆକର୍ଷଣୀୟ ହୋଇପାରିବ ସେଥିପାଇଁ ଚଳିତ ବର୍ଷ ମାଁ କାଳୀଙ୍କ ରୁପା ମୁକୁଟ ଠାରୁ ଆରମ୍ଭ କରି ତୋରଣ, ଆଲୋକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଦିନ ସନ୍ଧ୍ୟାରେ ଆଳତୀ ଓ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ, ଭସାଣୀ ଯାତ୍ରା ଓ ମୀନାବଜାର ଏହି ସବୁ କାର୍ଯ୍ୟକ୍ରମ ଭକ୍ତ ମାନେ କିପରି ଆସି ଉପଭୋଗ କରିପାରିବେ ସେ ବିଷୟରେ ପୁଙ୍ଖା ନୁ ପୁଙ୍ଖ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକ ରେ ରାମଧୁନ କ୍ଲବ ଓ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق