BREAKING
Loading...
:

ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ

 ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ 




 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଗତ 24 ତାରିଖ ସେପ୍ଟେମ୍ବର 2022 ଶନିବାର ଦିନ ସମଲେଇ ସେନା ସଂଗଠନଦ୍ୱାରା ଉତ୍କଳ ମଣ୍ଡପ ଭୂବନେଶ୍ୱରଠାରେ 2ୟ ଥର ପାଇଁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ "ନୂଆଁଖାଇ ଭେଟଘାଟ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।। ଶ୍ରୀ ଗଣେଶ ସାହୁ ଓ ଶ୍ରୀ ଅରବିନ୍ଦ ରଣାଙ୍କ ସଂଯୋଜନାରେ ସଂଗଠନର ସଭାପତି ଶ୍ରୀ ପ୍ରଦୀପ ଣ୍ଡିଢିଆଙ୍କ ସଭାପତିତ୍ୱରେ ପଶ୍ଚିମ ଓଡିଶାର ନାମୀଦାମୀ କଳାକାର ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ, ସର୍ବେଶ୍ୱର ଭୋଇ , ଉମାକାନ୍ତ ବାରିକ , ନିଲ୍ ସାଗର୍ , ଅର୍ଚ୍ଚନା ପାଢୀ ଓ ଅନ୍ୟାନ୍ୟ ସଂସ୍କୃତିକ ଅନୁଷ୍ଠାନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।। ମଞ୍ଚରେ ସମାଜ ସେବାରେ ଉଲ୍ଲେଖନୀୟ କାମ ପାଇଁ "ଦୀବ୍ୟଉର୍ଜ୍ୱା ରକ୍ତଦାତା ସଂଗଠନ , ସୁବର୍ଣ୍ଣପୁର , ସଂସ୍କୃତି ପ୍ରଚାରକ୍ ଭାବେ ପ୍ରୟୋଜକ୍ ବିନୋଦ କୁମାର କାଲସାଏ , ଯୁବ ସଂଗଠକ ଭାବେ ବରଗଡର ଦୀପକ ଦାସ , ଶ୍ରେଷ୍ଠ ଚାଷୀ ଭାବେ ଶ୍ରୀଯୁକ୍ତ ମୁରଳୀ ବିଶ୍ୱାଳ ତଥା ସ୍ୱାସ୍ଥ୍ୟସେବା ପାଇଁ ଚକ୍ଷୁବିଶେଷଜ୍ଞ ଡ. ସାହୁଙ୍କୁ ସମ୍ମାନିତ କରାଯାଇଥିଲା  ।। ସଭାରେ ଉଚ୍ଚଶିକ୍ଷାମନ୍ତ୍ର ରୋହିତ ପୂଜାରୀ , ଭଟଲି ବିଧାୟକ ସୁଶାନ୍ତ ସିଂ , ଜଟଣୀ ବିଧାୟକ ସୁର ରାଉତରାୟ , ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ , ପୂର୍ବତନ ବରଗଡ ସାଂସଦ ପ୍ରଭାସ ସିଂ ତଥା ଅନ୍ୟାନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପାଖାପାଖି 5 ହଜାର ଦର୍ଶକ କୋହଳା ପାଗ ସତ୍ତ୍ୱେ ନାଚ ଗାନା ଓ ପଶ୍ଚିମ ଓଡିଶାର ଖାନା ପିନାର ମଜା ନେଇଥିଲେ  ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS