BREAKING
Loading...
:

ନବରାତ୍ରୀ ଅବସରରେ ମାଁ ସୁରେଶ୍ୱରୀଙ୍କ କାଳୀ ବେଶ l

 ନବରାତ୍ରୀ ଅବସରରେ ମାଁ ସୁରେଶ୍ୱରୀଙ୍କ  କାଳୀ ବେଶ l 





ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ମନ୍ତ୍ର ଯନ୍ତ୍ର ଓ ତନ୍ତ୍ର ର ସୁବର୍ଣ୍ଣପୁର ସହର ତଥା ଅଷ୍ଟଚଣ୍ଡୀ ଙ୍କ ପୀଠରେ ମାଁଦୁର୍ଗାଙ୍କ ସହ ଦଶମହାବିଦ୍ୟାଙ୍କୁ ପୂଜା ଆରାଧନା ଆରମ୍ଭ ହୋଇଯାଇଅଛି।

ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀଦେବୀ ମାତା ସୁରେଶ୍ୱରୀ ଏହି ସମୟରେ ଦଶମହାବିଦ୍ୟା ଅନୁସାରେ ବେଶ ଧାରଣକରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନଦେଉଥିବା ଦେଖିବାକୁ ମିଳିଥାଏ।

ସେହିଅନୁଯାୟୀ ଆଜି ପ୍ରଥମଦିନରେ କାଳୀ ବେଶରେ ମାଁ ସୁରେଶ୍ୱରୀ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନଦେଉଛନ୍ତି।

ଶାସ୍ତ୍ରୀୟମତ ଅନୁଯାୟୀ ମାତା ଭଗବତୀଙ୍କୁ ଦୁଷ୍ଟଶକ୍ତିର ଦୌରାତ୍ମ୍ୟରୁ ରକ୍ଷା କରିବା ପାଇଁ ଏହି ରୂପଧାରଣ କରିବାକୁ ପଡ଼ିଥିଲା। ଏକସମୟର କଥାନୂଯାୟୀ ଦେଵଲୋକ (ସ୍ୱର୍ଗପୁର) ଥରହର ହୋଇଉଠିଥିଲା।ସେଥିପାଇଁ ସମସ୍ତ ଦେବତାଗଣ ଦେଵଦେଵ ମହାଦେବଙ୍କ ଶରଣାପନ୍ନ ହେବାକୁ ହୋଇଥିଲା। ଦେବଦେବ ମହାଦେବ ଏହି କାର୍ଯ୍ୟର ସମାଧାନ କରିବା ପାଇଁ ମାତା ପାର୍ବତୀଙ୍କୁ ନିଜର କିଛି ଅଂଶକୁ ପ୍ରଦାନ କରିଥିଲେ।ଫଳରେ ମାତା ଦୁଷ୍ଟଶକ୍ତିର ନିପାତକରିବା ପାଇଁ ଏହି ବିକଟାଳରୂପକୁ ଧାରଣକରିବାକୁ ପଡ଼ିଥିଲା।ଯାହାକି ମାତାକାଳୀ ଭାବରେ ପୂଜିତହେଲେ। ଫଳରେ ଏହି ସମୟରେ ମାଆଙ୍କୁ ପୂଜା ଆରଧନା କଲେ ସମସ୍ତ ପ୍ରକାରର ଭୟ ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଅଛି। 

ସେଥିପାଇଁ ନବରାତ୍ରୀ ଅବସରରେ ମାତାଙ୍କ ଏହି ସବୁ ବେଶ ଦର୍ଶନକରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶଉତ୍ସାହଦେଖିବାକୁ ମିଳିଛି। 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS