ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଗତ 24 ତାରିଖ ସେପ୍ଟେମ୍ବର 2022 ଶନିବାର ଦିନ ସମଲେଇ ସେନା ସଂଗଠନଦ୍ୱାରା ଉତ୍କଳ ମଣ୍ଡପ ଭୂବନେଶ୍ୱରଠାରେ 2ୟ ଥର ପାଇଁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ "ନୂଆଁଖାଇ ଭେଟଘାଟ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।। ଶ୍ରୀ ଗଣେଶ ସାହୁ ଓ ଶ୍ରୀ ଅରବିନ୍ଦ ରଣାଙ୍କ ସଂଯୋଜନାରେ ସଂଗଠନର ସଭାପତି ଶ୍ରୀ ପ୍ରଦୀପ ଣ୍ଡିଢିଆଙ୍କ ସଭାପତିତ୍ୱରେ ପଶ୍ଚିମ ଓଡିଶାର ନାମୀଦାମୀ କଳାକାର ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ, ସର୍ବେଶ୍ୱର ଭୋଇ , ଉମାକାନ୍ତ ବାରିକ , ନିଲ୍ ସାଗର୍ , ଅର୍ଚ୍ଚନା ପାଢୀ ଓ ଅନ୍ୟାନ୍ୟ ସଂସ୍କୃତିକ ଅନୁଷ୍ଠାନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।। ମଞ୍ଚରେ ସମାଜ ସେବାରେ ଉଲ୍ଲେଖନୀୟ କାମ ପାଇଁ "ଦୀବ୍ୟଉର୍ଜ୍ୱା ରକ୍ତଦାତା ସଂଗଠନ , ସୁବର୍ଣ୍ଣପୁର , ସଂସ୍କୃତି ପ୍ରଚାରକ୍ ଭାବେ ପ୍ରୟୋଜକ୍ ବିନୋଦ କୁମାର କାଲସାଏ , ଯୁବ ସଂଗଠକ ଭାବେ ବରଗଡର ଦୀପକ ଦାସ , ଶ୍ରେଷ୍ଠ ଚାଷୀ ଭାବେ ଶ୍ରୀଯୁକ୍ତ ମୁରଳୀ ବିଶ୍ୱାଳ ତଥା ସ୍ୱାସ୍ଥ୍ୟସେବା ପାଇଁ ଚକ୍ଷୁବିଶେଷଜ୍ଞ ଡ. ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।। ସଭାରେ ଉଚ୍ଚଶିକ୍ଷାମନ୍ତ୍ର ରୋହିତ ପୂଜାରୀ , ଭଟଲି ବିଧାୟକ ସୁଶାନ୍ତ ସିଂ , ଜଟଣୀ ବିଧାୟକ ସୁର ରାଉତରାୟ , ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ , ପୂର୍ବତନ ବରଗଡ ସାଂସଦ ପ୍ରଭାସ ସିଂ ତଥା ଅନ୍ୟାନ୍ୟ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପାଖାପାଖି 5 ହଜାର ଦର୍ଶକ କୋହଳା ପାଗ ସତ୍ତ୍ୱେ ନାଚ ଗାନା ଓ ପଶ୍ଚିମ ଓଡିଶାର ଖାନା ପିନାର ମଜା ନେଇଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق