BREAKING
Loading...
:

ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା ) ସୋନପୁର ଓ ଵୀରମହାରାଜପୁର ଉପ କାରାଗାର ପରିଦର୍ଶନ

 ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା )  ସୋନପୁର ଓ ଵୀରମହାରାଜପୁର ଉପ କାରାଗାର ପରିଦର୍ଶନ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି (  ଶିଶୁ ସୁରକ୍ଷା ) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ଉପକାରାଗାର ସୋନପୁର ଓ ବୀରମହାରାଜପୁର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲିଙ୍କ ତତ୍ତ୍ୱlବଧାନ ରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥି, ରାଜୀବ ଲୋଚନ ଗୁରୁ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉକ୍ତ ଉପକାରାଗାର କୁ ପରିଦର୍ଶନ କରିଥିଲେ l ଏହି ଅବସରରେ କମିଟି ପକ୍ଷରୁ କାରାଗାରର ଅନ୍ତେବାସୀ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ବ୍ୟବସ୍ଥା କୁ ନେଇ ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ଙ୍କୁ ଚିହ୍ନଟ କରାଯାଇ ଥିଲା କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ପାଇ ନ ଥିଲେ l ଉକ୍ତ ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଉଭୟ ଉପ କାରାଗାର ତଥା ସୋନପୁର କାରାଗାର ର ଭାରପ୍ରାପ୍ତ ଅଧ୍ୟକ୍ଷ ଡିଲେଶ୍ଵର ଜେନା ଓ ବୀରମହାରାଜପୁର କାରାଗାର ର ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ପଟେଲ ପରିଦର୍ଶନ ସମୟରେ ଉପସ୍ଥିତ ରହି ଉକ୍ତ କମିଟି କୁ ସହଯୋଗ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS