BREAKING
Loading...
:

ପୋଖରୀରେ ବୁଡି ମହିଳା ମୃତ

 ପୋଖରୀରେ ବୁଡି ମହିଳା ମୃତ



ଦଶପଲ୍ଲା (ମଣିଭଦ୍ରା ଖବର) ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମହିଳା ଜଣକ  ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ପୋଖରୀହୁଡା ଗ୍ରାମର ବ୍ରଜବନ୍ଧୁ ପରିଡ଼ାଙ୍କ ସ୍ତ୍ରୀ ଉଜଳୀ ପରିଡା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡ଼ାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦଶପଲ୍ଲା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।   ସେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । 


ରିପୋର୍ଟ ଚିତ୍ତରଞ୍ଜନ ମିଶ୍ର ଦଶପଲ୍ଲା 

Post a Comment

أحدث أقدم
Header ADS