ବ୍ରାହ୍ମଣ ମହାସଂଘ ତରଫରୁ ପ୍ରଥମ କଳା ମହୋତ୍ସବ
ଭୁବନେଶ୍ୱର (ମଣିଭଦ୍ରା ଖବର) ବ୍ରାହ୍ମଣ ମହାସଂଘ ତରଫରୁ ପ୍ରଥମ କଳା ମହୋତ୍ସବ ଆସନ୍ତା ୬ ତାରିଖ ସଂଧ୍ୟା ୫ ଘଟିକା ସମୟରେ ଅନ ଲାଇନ ମାଧ୍ୟମରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ପୁରାତନ ଭଜନ ସଙ୍ଗୀତ ଗାନ, ଶ୍ରୀମଦ୍ଭାଗବଦ୍ ଗୀତା ପାଠ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହେବା ପାଇଁ ସ୍ଥିର କରାଯାଇଛି ।
ଜ୍ୟେଷ୍ଠ ବର୍ଗ ପାଇଁ ନିୟମାବଳୀ
…......................................
> ଶ୍ରୀମଦ୍ଭାଗବଦ୍ ଗୀତା ପାଠ ସମୟ_୧୫ ମିନିଟ
> ପଞ୍ଚଦଶ ଅଧ୍ୟାୟ ଶ୍ଳୋକ ସଂଖ୍ୟା ୧_୧୦( ବୟସ_୧୧_୧୫ ବର୍ଷ )
> ଭଜନ ପରିବେଷଣ _ପୁରାତନ ରଚନା (ସମୟ ସୀମା ୭ମିନିଟ)
> ଚିତ୍ରାଙ୍କନ ବିଷୟବସ୍ତୁ _ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ବଳଭଦ୍ର ସୁଭଦ୍ରା
(ଚିତ୍ରାଙ୍କନ ସମୟ ସୀମା ଅତିବେଶୀରେ ୨୦ ମିନିଟ)
କନିଷ୍ଠ ବର୍ଗ ପାଇଁ ନିୟମାବଳୀ
.......................................
> ଶ୍ରୀମଦ୍ଭାଗବଦ୍ ଗୀତା ପାଠ ସମୟ_୧୫ ମିନିଟ
> ପ୍ରଥମ ଅଧ୍ୟାୟ ଶ୍ଳୋକ ସଂଖ୍ୟା ୧_୧୦( ବୟସ_୦୫_୧୦ ବର୍ଷ )
> ଭଜନ ପରିବେଷଣ _ପୁରାତନ ରଚନା (ସମୟ ସୀମା ୭ମିନିଟ)
> ଚିତ୍ରାଙ୍କନ ବିଷୟବସ୍ତୁ _ଉଦୟକାଳୀନ ସୂର୍ଯ୍ୟଙ୍କ ସହିତ ପ୍ରକୃତିରାଣୀ
ସମସ୍ତ ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ । ପ୍ରତିଯୋଗିତାର ଗୁଗଲୁ ଲିଙ୍କ ଗୋଟିଏ ଦିନ ପୂର୍ବରୁ ଜଣାଇ ଦିଆଯିବ। ପ୍ରତିଯୋଗିତାର ୧୫ ମିନିଟ୍ ମଧ୍ୟରେ ମହାସଂଘର ଏକ ନିର୍ଦ୍ଦିଷ୍ଟ ହ୍ବାଟସଅପ ନମ୍ବରକୁ ଭିଡିଓ ରେକର୍ଡ କରି ପଠାଇବେ । ଉତ୍ତୀର୍ଣ୍ଣ କଳାକାର ମାନଙ୍କୁ ରାଜ୍ୟ ସ୍ତରୀୟ କଳା ମହୋତ୍ସବରେ ଆର୍ଥିକ ପୁରସ୍କାର ସହିତ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ରତିଯୋଗିତା ପାଇଁ ଅଧିକ କିଛି ଜାଣିବାକୁ ଚାହୁଁଥିଲେ ତୁରନ୍ତ ନିମ୍ନରେ ଦିଆଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ସଂଘ ତରଫରୁ ଜଣାଇ ଦିଆଯାଇଛି ।
ଯୋଗାଯୋଗ _
ପ୍ରିୟବ୍ରତ ଷଡ଼ଙ୍ଗୀ _ଫୋନ _ ୭୯୭୮୯୧୫୯୨୨
ସୈମ୍ୟରଞ୍ଜନ ମହାପାତ୍ର_ ଫୋନ _୮୩୨୮୮୭୩୭୫୯
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق